ବଲିଉଡ

ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ

ମହେନ୍ଦ୍ର ସିଂହ ଧୋନି ଏବଂ ସଚିନ ତେନ୍ଦୁଲକରଙ୍କ ବାୟୋପିକ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ କ୍ୟାରିଅର ଉପରେ ଏକ ଫିଲ୍ମ ହେବାକୁ ଯାଉଛି । ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ କ୍ୟାପଟେନମାନଙ୍କ ମଧ୍ୟରୁ ଜଣେ ହେଲେ ସୌରଭ ଗାଙ୍ଗୁଲି । ତାଙ୍କ ବାୟୋପିକ ବିଷୟରେ ସେ ନିଜେ ଟ୍ୱିଟ  ସୂଚନା ଦେଇଛନ୍ତି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟ କରି ଲେଖିଛନ୍ତି, ‘କ୍ରିକେଟ ମୋ ଜୀବନ । ଏହା ମୋତେ ଆତ୍ମବିଶ୍ୱାସ ଦେଇଛି ଓ ଦକ୍ଷତା ଦେଇଛି ଯେଉଁଥିପାଇଁ ମୁଁ ମୁଣ୍ଡ ଟେକି ଆଗକୁ ବଢି ପାରିଛି । ଏମିତି ଏକ ଯାତ୍ରା ଯାହାକୁ ମନେ ରଖିହେବ । ଏଇଥିପାଇଁ ଖୁସି ଯେ ଲଭ ଫିଲ୍ମସ ମୋ କ୍ୟାରିଅର ଯାତ୍ରାକୁ ନେଇ ବାୟୋପିକ ନିର୍ମାଣ କରିବ ଓ ଏହାକୁ ବଡ ପରଦାକୁ ଆଣିବ।’ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମ ନିର୍ମାଣ କରିବେ। ତେବେ ଫିଲ୍ମରେ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ । ଗାଙ୍ଗୁଲିଙ୍କ ପ୍ରଶଂସକ ଏହି ଫିଲ୍ମ  ଅପେକ୍ଷାରେ ଅଛନ୍ତି ।

Show More

Related Articles

Back to top button