ବଲିଉଡ

୫୪ ବର୍ଷ ବୟସରେ ପାଦଦେଲେ ଅକ୍ଷୟ

ଆଜି ଥିଲା ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ । ଫିଲ୍ମ ଇଣ୍ଡଷ୍ଟ୍ରି ଖିଲାଡି ଅକ୍ଷୟ କୁମାର ଆଜି ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି । ୯ ସେପ୍ଟେମ୍ବର ୧୯୬୭ ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଆଜି ବଲିଉଡର ଖିଲାଡି । ଅକ୍ଷୟ ନିଜେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ଆଜି ତାଙ୍କର ପ୍ରାୟ ଚଳଚ୍ଚିତ୍ର କୋଟି କୋଟି ରୋଜଗାର କରୁଛି । ତେବେ ଅକ୍ଷୟ ତାଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

କିନ୍ତୁ ତାଙ୍କର ୫୪ତମ ଜନ୍ମଦିନ ତାଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିଯିବ । ଜନ୍ମଦିନର ଦିନେ ପୂର୍ବରୁ ମା’ଙ୍କୁ ହରାଇଛନ୍ତି ଅକ୍ଷୟ କୁମାର । ଜୀବନ ସାରା କେବେ ବି ସେ ଏହି ଦିନକୁ ଭୁଲିବେନି । ନିଜ ଜନ୍ମଦିନରେ ଅକ୍ଷୟ କୁମାର ମା’ଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ଭାବୁକ ନୋଟ ପୋଷ୍ଟ କରିଛନ୍ତି । ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ମା’ଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଅରୁଣା ଭାଟିଆ ପୁଅକୁ ଗେଲ କରୁଛନ୍ତି । ଯେଉଁ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୁଁ ଜାଣିଛି ମା’ ଉପରେ ଥାଇ ହାପି ବାର୍ଥଡେ ଗାଉଥିବେ । ଆପଣ ସମସ୍ତଙ୍କର ସମବେଦନା ଓ ଶୁଭକାମନା ପାଇଁ ଧନ୍ୟବାଦ । ଜୀବନ ଏମିତି ହିଁ ଚାଲେ’ ।

 

Show More

Related Articles

Back to top button