Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ

ଲକଡାଉନର ଭରଫୁର ଫାଇଦା ଉଠାଇଛନ୍ତି ।

କେନ୍ଦ୍ରାପଡା : ଦେଶ ତମାମ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି । ଲକଡାଉନର ବେଶ୍ ଫାଇଦା ଉଠାଇଛନ୍ତି । କୋଭିଡ ସମୟରେ ବେସରକାରୀ ଚାକିରୀ ହରେଇଥିବା ପ୍ରାର୍ଥୀଙ୍କୁ ମୋହରା କରିଛନ୍ତି । ଜଣେ କି ଦୁଇଜଣ ନୁହନ୍ତି ବରଂ ୩ ହଜାର ଏହିଭଳି ପ୍ରାର୍ଥୀଙ୍କୁ ଚାକିରୀ ଦେବା ନାଁରେ ଠକେଇ କରାଯାଇଛି । ଏନେଇ ବଗଡ଼ା ଅଞ୍ଚଳର ୨୬ ବର୍ଷୀୟ ରାକେଶ ସ୍ୱାଇଁ ସଦର ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦାଫାସ ହୋଇଛି । ରାକେଶଙ୍କ ଅଭିଯୋଗ ଅନୁସାରେ, ସେ ଝାଡଖଣ୍ଡର ଜାମସେଦପୁର ଗୋଲମୁରି ଅଞ୍ଚଳରେ ଥିବା ଟାଟା ଟେକ୍ନିକାଲ ଏଜୁକେସନ ସେଣ୍ଟରରେ ଏକ ସର୍ଟ ଟର୍ମ ପୋଗ୍ରାମରେ ଫେବୃଆରୀ ୨୦୨୦ରେ ଆଡ଼ମିଶନ କରିଥିଲେ । ଏହାପରେ ସେ ଚାକିରୀ ପାଇଁ କଲିକତାରେ ଏକ ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାର କମ୍ପାନୀକୁ ଟାଟା ସେଣ୍ଟରରେ କାର୍ଯ୍ୟରତ କେତେଜଣ କୋଡ଼ିନେଟର ପରିଚାଳନା କରୁଥିଲେ । ସେମାନେ ଟାଟା ଷ୍ଟିଲ କିମ୍ବା ଟାଟା ପାୱାରରେ ଚାକିରୀ ସ୍ତିରୀକୃତ କରିବା ପାଇଁ ୩ ଲକ୍ଷ ଟଙ୍କା ନଗଦ ମାଗିଥିଲେ । ଏନେଇ ରାକେଶ ଗୁଗଲ ପେ ଏବଂ ନଗଦ ଆକାରରେ ୩ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ନିଯୁକ୍ତି ପତ୍ର, ପରିଚୟ ପତ୍ର ଆଦି ପ୍ରଦାନ କରାଯାଇଥିଲା । ଏହାପରେ ଚାକିରୀ ଯୋଗଦାନ ଦେବାକୁ ଗଲାବେଳେ ସମସ୍ତ ଡକ୍ୟୁମେଣ୍ଟ ନକଲି ବୋଲି ରାକେଶ ଜାଣିବାକୁ ପାଇଥିଲେ । ପରେ କମ୍ପାନି ବିରୋଧରେ ଅନୁଗୁଳ ଥାନାରେ ଠକେଇ ନେଇ ଏକ ମାମଲା ରୁଜୁ ହେବାର ଖବର ପାଇବା ପରେ ସବୁକିଛି ନକଲି ବୋଲି ରାକେଶ ଜାଣିବାକୁ ପାଇଲେ । ଏହାପରେ ଜଣେ କି ଦୁଇଜଣ ନୁହଁନ୍ତି ବରଂ ୩ ହଜାର ପ୍ରାର୍ଥୀଙ୍କୁ ଏହି କମ୍ପାନୀ କୋଟି କୋଟି ଟଙ୍କା ଠକେଇ କରିଥିବା ସୂଚନା ମିଳିଛି । ଏନେଇ ଶେଷରେ ରାକେଶ ବାଧ୍ୟ ହୋଇ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଦୀପକ ବାନାର୍ଜୀ, ଶିବ କୁମାର, ପ୍ରଶାନ୍ତ ଦାସ, ଅଭିଜିତ ପ୍ରଧାନ ଏବଂ ରଞ୍ଜନ କୁମାର ପ୍ରଧାନଙ୍କ ବିରୋଧରେ ଏକ ମାମଲା ୧୭୭/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button