Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମାଗଣଖିଆ ଓ ମାଗିଖିଆ ଙ୍କ ପ୍ରବୃତ୍ତି ରେ ଶ୍ରୀଲଙ୍କା ଓ ଓଡିଶା

ନିକଟରେ ଆମ ଦେଶର ଉଚ୍ଚ ପଦାଧିକାରୀ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କୁ ଶ୍ରୀଲାଙ୍କ ରେ ଘଟୁଥିବା ଖାଦ୍ୟାଭାବ ଓ ଭୟାନକ ଆର୍ଥିକ ଅବସ୍ଥା ବିଷୟରେ ଅବଗତ କରାଇଛନ୍ତି ଓ ମାଗଣା ଖିଆ ଯୋଜନା ପାଇଁ

ମାଗଣଖିଆ ଓ ମାଗିଖିଆ ଙ୍କ ପ୍ରବୃତ୍ତି ରେ ଶ୍ରୀଲଙ୍କା ଓ ଓଡିଶା – ଏକ ସୂକ୍ଷ୍ମ ବିଶ୍ଳେଷଣ……

ନିକଟରେ ଆମ ଦେଶର ଉଚ୍ଚ ପଦାଧିକାରୀ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କୁ ଶ୍ରୀଲାଙ୍କ ରେ ଘଟୁଥିବା ଖାଦ୍ୟାଭାବ ଓ ଭୟାନକ ଆର୍ଥିକ ଅବସ୍ଥା ବିଷୟରେ ଅବଗତ କରାଇଛନ୍ତି ଓ ମାଗଣା ଖିଆ ଯୋଜନା ପାଇଁ
ଆମ ଦେଶ ର ଓଡିଶା, ଦିଲ୍ଲୀ ଓ ପଞ୍ଜାବ, ଭବିଷ୍ୟତ ରେ ଶ୍ରୀଲଙ୍କା ଭଳି ଅବସ୍ଥା ଭୋଗିପାରେ ବୋଲି ସତର୍କ କରାଇଛନ୍ତି।

କାରଣ କିଛି ଦଳ ଓ ରାଜନେତା ଶାସନ ରେ ରହିବା ପାଇଁ ମାଗଣା ଖିଆ ଯୋଜନା କୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ମାଗଣା ଖିଆ ଯୋଜନାରେ ଲୋକେ ପରିଶ୍ରମ / ରୋଜଗାର ନ କରି ମାଗି ଖିଆ ପ୍ରବୃତ୍ତି ରେ ଅଭ୍ୟସ୍ଥ ହୋଇଗଲେଣି। ରାଜ୍ୟରେ ଦିନକୁ ଦିନ ମାଗିଖିଆ ଓ ମାଗଣ ଖିଆ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଉ କେହି କାମ କରିବାକୁ ନାରାଜ ।

ଆମ ଓଡିଶାରେ ଗୋଟେ ନାଗରିକ ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଏପରି ମାଗଣା ଖିଆ ବ୍ୟବସ୍ଥା ଖଞ୍ଜି ଦେଇଛନ୍ତି ଯେ ସେ ନାଗରିକ ସାରା ଜୀବନ କାମ ନ କରି ଆରାମରେ ରହି ପାରିବ । ଫଳତଃ ରାଜ୍ୟର ସାମୁହିକ ଉତ୍ପାଦ କମିଲା ଓ ପରୋକ୍ଷରେ ଦେଶ ର ଆର୍ଥିକ ଅବସ୍ଥା ଦୁର୍ବଳ ହେଲା।ମାଗଣା ଖିଆ ଯୋଜନାରେ ଆମ ରାଜ୍ୟ ବାର୍ଷିକ ଏକ ହଜାର କୋଟି ରୁ ଅଧିକ ଖର୍ଚ୍ଚ କରି ଥୋଡାଏ ମାଗଣା ଖିଆ ଓ ମାଗି ଖିଆ କୁ ଜନ୍ମ ଦେଇଛି ଯାହାକି ଏ ସମାଜ, ରାଜ୍ୟ ଓ ରାଷ୍ଟ୍ର ପାଇଁ ଏକ ବୋଝ ହେବାକୁ ଯାଉଛି ।

ଉଦାହରଣ ସ୍ୱରୂପ ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ସାମାଜିକ ବ୍ୟବସ୍ଥା ହେଉଛି “ଥିଲାବଲା ଓ ନଥିଲବଲା” ଙ୍କ ଏକାତ୍ମ ଗଠବନ୍ଧନ । ପ୍ରତି ଗାଁ ରେ ‘ଥିଲାଵାଲା’ କିଛି ସଂଖ୍ୟାରେ ଥାନ୍ତି ଯାହାଙ୍କ ସମ୍ପତି , ଜମିବାଡ଼ି ଅନେକ । ସେ ଏକୁଟିଆ ଚାହିଁଲେ ବି ସେ ସମସ୍ଥ ଜମିବାଡ଼ି ଚାଷ କରିପାରିବେ ନାହିଁ । ସେ ଗାଁରେ ଥିବା ବହୁସଂଖ୍ୟକ “ନଥିଲାଵାଲା” ର ସାହାଯ୍ୟ ସହଯୋଗ ନେବାକୁ ବାଧ୍ୟ।

ସେହିପରି ପ୍ରତି ଗାଁ ରେ ବହୁ ସଂଖ୍ୟକ “ନଥିଲାଵାଲା” ଥାନ୍ତି । ଯାହାଙ୍କ ଜମି ବାଡ଼ି କମ ଥାଏ ବା ନ ଥାଏ । ସେମାନେ “ଥିଲାଵାଲା” ଜମିବାଡିରେ କାମ କରି ନିଜ ତଥା ରାଜ୍ୟ ଉନ୍ନତିରେ ଭାଗ ନିଅନ୍ତି ।

କିନ୍ତୁ ଏକ ଟଙ୍କିଆ ଚାଉଳ, ପାଞ୍ଚ ଟଙ୍କିଆ ଆହାର, କାଳିଆ, ପିଠା, ବିଧବା , ବାର୍ଦ୍ଧକ୍ୟ, ବେକାରୀ ଭତ୍ତା ଇତ୍ୟାଦି ଓ ଅନ୍ୟାନ୍ୟ ମାଗଣା ଯୋଜନା ଦ୍ୱାରା “ନଥିଲାଵାଲା” ଲୋକଟି ଆଉ ପରିଶ୍ରମ କରିବାକୁ ଉଚିତ ମଣିଲା ନାହିଁ । ତେଣୁ “ଥିଲାଵାଲା” ର ଜମି ପଡିଆ ପଡିଲା ।

“ଥିଲାଵାଲା” ତା ଆବଶ୍ୟକ ପାଇଁ ଚାଷ କଲା । ଅତୀତରେ ଯଦି ସେ ମୋଟ ୧୦ ଏକର ଚାଷ କରୁଥିଲା ଏବେ ମୂଲିଆ ନ ମିଳୁଥିବାରୁ ସେ ମାତ୍ର ୧ ଏକର ଚାଷ କରୁଛି ଅଥବା ପଡିଆ ପଡୁଛି । ଏହା ଦ୍ୱାରା ସେ ଗାଁରେ ଯେଉଁଠି ଏକ ହଜାର ବସ୍ଥା ଧାନ ଉତ୍ପାଦ ହେଉଥିଲା ଏବେ ସେଠି ମାତ୍ର ଏକ ସହ ବସ୍ଥା ଧାନ ଉତ୍ପାଦ ହେଲା , ଯାହା ଆମ ରାଜ୍ୟ ଉନ୍ନତିକୁ ସେ ଗାଁ ର ଅବଦାନ ରୁ ୯ ଶହ ବସ୍ଥା କମିଲା । ଏହି କ୍ରମରେ ଦେଖିଲେ ପ୍ରତି ଗାଁ ରେ ପ୍ରାୟ ଅର୍ଦ୍ଧାଧିକ ଜମି ପଡ଼ିଆ ପଡିଛି।

ସେହିପରି ଅନ୍ୟାନ୍ୟ କୌଳିକ ବା ପାରମ୍ପରିକ ବୃତ୍ତି ଯଥା ରାଜମିସ୍ତ୍ରୀ, ବଢ଼େଇ, କମାର, କୁମ୍ଭାର , ତନ୍ତ , ବୁଲା ବେପାର ଆଦି ବିଭିନ୍ନ କର୍ମ ରେ ନିୟୋଜିତ ହେଉଥିବା କାରିଗର, ମୂଲିଆ ମାନେ ମାଗଣା ଖିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଆଉ କାମ କୁ ଗଲେ ନାହିଁ ।

ଏହାଦ୍ୱାରା ରାଜ୍ୟରେ ଆର୍ଥିକ କ୍ଷତି ହେବା ସହ ପିଢ଼ି ପରେ ପିଢ଼ି ଶିଖିଆସୁଥିବା ପାରମ୍ପରିକ ବା କୌଳିକ ବୃତ୍ତି ର କଳା ଲୋପ ପାଉଛି।

ସେ କାମ ଗୁଡିକ ଏବେ ପ୍ରାୟ ବାଂଲାଦେଶୀ ମୁସଲମାନ ଶରଣାର୍ଥୀ ଙ୍କ ଅଧୀନରେ। ଓଡ଼ିଶାର ଏପରି କୌଣସି ସହର ବା ଗାଁ ନାହିଁ ଯେଉଁଠି ବାଂଲାଦେଶୀ ମୁସଲମାନ ଙ୍କ ଆତଯାତ ନାହିଁ।

ମାଗଣା ଯୋଜନା ରେ ଲୋକଙ୍କୁ ଦେବା ପାଇଁ ସରକାର ବାଧ୍ୟ ହୋଇ ହଜାର ହଜାର କୋଟି ଋଣ କରୁଛନ୍ତି । ବର୍ତ୍ତମାନ ଆମରାଜ୍ୟର ପ୍ରତି ନାଗରିକ ପ୍ରତି ଋଣ ଭାର ହେଉଛି ପ୍ରାୟ ୨୭ ହଜାର ଟଙ୍କା।

ଏବେ ଆସିବା ଶ୍ରୀଲଙ୍କା ପ୍ରସଙ୍ଗକୁ ………….

ଶ୍ରୀଲଙ୍କା ଠିକ ଆମ ରାଜ୍ୟ ପରି ଦୀର୍ଘ ଦିନ ଧରି ମାଗଣା ଯୋଜନାକୁ ମୁଖ୍ୟ ଅସ୍ତ୍ର କରିଥିଲା ।ଏକଦା ସିଂହଳୀ ଲୋକ ବହୁ କର୍ମଠ ଓ ପରିଶ୍ରମୀ ଥିଲେ । ପୂର୍ବେ ସେ ଦେଶ ଧନୀ ନହେଲେ ବି ସ୍ବଚ୍ଛଳ ଥିଲା। ଦିନେ ସେମାନେ ଏକ ଭୁଲ୍ କଲେ। ମାଗଣା ଖିଆ ପ୍ରତିଯୋଗିତାରେ ଭାଗ ନେଇ ମହିନ୍ଦା ରାଜପକ୍ଷେ ନାମକ ଏକ ବାମପନ୍ଥୀକୁ ନିର୍ବାଚନରେ ଜିତାଇ ରାଷ୍ଟ୍ରପତି କରିଦେଲେ।

ମହିନ୍ଦା ସବୁ ମାଗଣା ଯୋଜନା ଚଲେଇଲେ। ମାଗଣା ବିଜୁଳି, ପାଣି, ଔଷଧ, ଖାଦ୍ୟ ଦେଇ ଦେଶର ଧନ ଶେଷ କରିଦେଲେ। ଖର୍ଚ୍ଚ ଚଳାଇବାକୁ ଚାଇନାଠାରୁ କଲମ୍ବୋ ଓ ହମ୍ବନଟୋଟା ବନ୍ଦର ବନ୍ଧକ ରଖି ଚଢାସୁଧରେ ଅର୍ଥ ଆଣି ଋଣଜନ୍ତାରେ ପଡିଲେ।

ଭୋଟ ପାଇଁ ସବୁ ମାଗଣା ବାଣ୍ଟିବା ଯୋଜନା ରେ ସର୍ବସ୍ବାନ୍ତ ହେବାପରେ ଚାଇନା ଋଣଯନ୍ତାରେ ପଡିଥିବା ଶ୍ରୀଲଙ୍କା ର ବୈଦିଶିକ ଅର୍ଥ ଭଣ୍ଡାର ଏବେ ଶୂନ୍ୟ। ତେଣୁ ସେ ପେଟ୍ରୋଲ ଡିଜେଲ ବାହାର ଦେଶରୁ କିଣି ପାରୁ ନାହିଁ। ଫଳତଃ ଇନ୍ଧନ ନ ମିଳିବାରୁ ସବୁ ତାପଜ ବିଦ୍ୟୁତ କେନ୍ଦ୍ର ବନ୍ଦ। ଇନ୍ଧନ ନ ମିଳିବାରୁ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ବସ୍ତୁ ର ପରିବହନ ହୋଇପାରୁ ନାହିଁ। ତେଣୁ ସବୁ ପଦାର୍ଥର ଅତ୍ୟଧିକ ମୂଲ୍ୟ ବଢିଯାଇଛି।

ଚାଉଳ କିଲୋ ୫୦୦, ଡାଲି ୮୦୦, ବ୍ରେଡ଼ ୧୪୦୦, ସେଓ ୧୨୦୦ ସତ୍ତ୍ୱେ ବଜାର ରେ ଖାଦ୍ୟ ପଦାର୍ଥ ନାହିଁ। ଏପରିକି ଛୁଆ କୁ କ୍ଷୀର ମିଳୁନାହିଁ।ଖାଇବାକୁ ନପାଇ ଲୋକ ଭୋକରେ
ଅଛନ୍ତି। ଗତ ବର୍ଷ ପେଟ୍ରୋଲ ଲିଟର 66.79 ଥିଲା ବେଳେ ଏବେ ତାହା 254 ଟଙ୍କା। ପେଟ୍ରୋଲ ପମ୍ପରେ ପୋଲିସ ପ୍ରହରା ଦେଉଛି। ବିଜୁଳି ୨୦ ଘଣ୍ଟା କାଟୁଛି ।

କେବଳ ଶ୍ରୀଲଙ୍କା ନୁହେଁ, ମାଗଣା ଯୋଜନା କରି ଭେନେଜୁଏଲା ଓ ଅନେକ ଲାଟିନ୍ ଆମେରିକୀୟ ଦେଶ ଏବେ ଆର୍ଥିକ ଅନାଟନ ରେ। ଏପରିକି ସେଠାରେ ବୈଶ୍ଯାବୃତ୍ତି କରି ମହିଳା ଘର ଚଳୁଛନ୍ତି।

ବହୁ ଦିନର ମାଗଣା ଖିଆ ଯୋଜନାରେ ସେ ଦେଶର ଲୋକେ କ୍ରମଶଃ ନିଜର କୌଳିକ / ପାରମ୍ପରିକ ବୃତ୍ତି ଭୁଲି ଗଲେ ଓ ବେକାର ହେଲେ। ନା ସେମାନଙ୍କ ପାଖରେ ରୋଜଗାର ରହିଲା ନା ସରକାରଙ୍କ ପାଖରେ ସାହାଯ୍ୟ କରିବାକୁ ଅର୍ଥ ଅଛି। ସେ ଦେଶ ଏବେ ଗୃହଯୁଦ୍ଧ ଆଡକୁ ମୁଁହାଉଛି ।

ଯୋଉ ଚାଇନା ବୁଦ୍ଧି ରେ ପଡି ଶ୍ରୀଲଙ୍କା ଏତେ ଅବସ୍ଥା ଭୋଗୁଛି ସେ ଚାଇନା ସାହାଯ୍ୟ କରିବା ଦୁରକଥା ଓଲଟା ଋଣ ସୁଝିବାକୁ ଦାବି କରୁଛି । ଏବେ ସେ ଦେଶ ଆମ ଦେଶ ଶରଣ ରେ ……….

ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ଏ ଦୁର୍ଦ୍ଧିଣ୍ଣ ରୁ ବଞ୍ଚାଇବା ପାଇଁ ଭାରତ ରୁ ପେଟ୍ରୋଲ, ଖାଦ୍ୟ, ଔଷଧ ଆଦି ଅନେକ ଅତ୍ୟାବଶ୍ୟକ ପଦାର୍ଥ ସହିତ ଆର୍ଥିକ ସହାୟତା କରୁଛନ୍ତି ।

ଏଥିରୁ ଆମେ କଣ ଶିଖିଲେ ………………..

କିଛି ଦେଶଦ୍ରୋହୀ ରାଜନୈତିକ ଦଳ ଓ ସ୍ୱର୍ଥୀ ରାଜନେତାଙ୍କ ଚକ୍ରବ୍ୟୁହ ରେ ଆମ ସାଧାରଣ ଜନତା ମାଗଣା ଖିଆ ଯୋଜନାରେ ଏତେ ଭ୍ରମିତ ଯେ ଦେଶ ପଛେ ବିକ୍ରି ହେଉ କିନ୍ତୁ ଆମକୁ ସବୁ ମାଗଣା ମିଳୁ ।
ଏହି ଗୋଷ୍ଠୀର ମାନସିକତାକୁ ଏମିତି ବିଷାକ୍ତ କରିଦିଆଯାଇଛି ଯେ ସେମାନେ ମାଗଣା ପାଇବାକୁ ହିଁ ଜୀବନର ଏକ ଉପଲବ୍ଧି ମନେକରି ଖୁସି ହୁଅନ୍ତି।
ଭୋଟ୍ ଆସିଲେ ଏଇ ମାନସିକ ରୋଗଗ୍ରସ୍ତ ଗୋଷ୍ଠୀର ଲୋକେ ମଦ, ଟଙ୍କା ଓ ଆଗକୁ ମାଗଣା ମିଳିବା ପ୍ରତିଶ୍ରୁତି ବଦଳରେ ନିଜ ଭୋଟ୍ ବିକ୍ରି କରିଥାନ୍ତି।

ଓଡିଶାରେ ଭିତ୍ତିଭୂମି ବିକାଶରେ ରାଜସ୍ୱ ନ ଲଗେଇ ଆମ ମୁଖ୍ୟମନ୍ତ୍ରୀ
ବାମପନ୍ଥୀ ମାନସିକତା ରେ ଓଡିଶା ର ଅର୍ଥନୀତି କୁ ମରଣ ମୁଁହ କୁ ଠେଲୁଛନ୍ତି।
ମାଗିଖିଆ ଓ ମାଗଣାଖିଆମାନେ ଏବେ ଏସବୁର ଅର୍ଥ କିଛି ବୁଝିପାରିବେ ନାହିଁ କାରଣ ମାଗଣାର ସ୍ବାଦ ବହୁତ ମିଠା ଲାଗେ। ହେଲେ ମିଠା ଭିତରେ ଭରି ରହିଥାଏ ହଳାହଳ ବିଷ

ତେଣୁ ମାଗିଖିଆ ଓ ମାଗଣା ଖିଆଙ୍କୁ ଅନୁରୋଧ ଏପରି ପ୍ରବୃତ୍ତି ଛାଡ଼ନ୍ତୁ, ରାଷ୍ଟ୍ର ଉନ୍ନତିରେ ସହାୟ ହୁଅନ୍ତୁ

ଭାରତ ମାତା କୀ ଜୟ

Show More

Related Articles

Back to top button