ସେଲିବ୍ରିଟି

ମା’ହେବେ କମେଡି କୁଇନ୍

କମେଡି କୁଇନ୍ ଭାରତୀ ସିଂ ଓ ପତି ହର୍ଷ ଲିମ୍ବାଚିୟା ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ପତି ହର୍ଷ ଲିମ୍ବାଚିୟାଙ୍କ ସହ ବେବି ବମ୍ପ ସହ ନଜର ଆସିଛନ୍ତି ଭାରତୀ । ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଭାରତୀ ସାଙ୍ଗମାନଙ୍କ ସହ ପାର୍ଟି କରିବାର ଫଟୋ ବି ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ୍ ଖୁସିଥିବା ଦେଖାଯାଇଛି ।

ଆଉ ଏଥିରେ ଲେଖାଯାଇଛି ‘ବେବି ଲିମ୍ବାଚିୟା କମିଂ ସୁନ୍‌’ । ଏହା ର୍ପୂବରୁ ଭାରତୀ ଏକ ସାକ୍ଷାତ୍ କାରରେ କହିଥିଲେ ତାଙ୍କ ପତି ହର୍ଷ ନୂଆ ଅତିଥିକୁ ନେଇ ଖୁବ୍ ଏକ୍ସସାଇଟେଡ ଅଛନ୍ତି । ଆଉ ସେ ନିଜେ ମା’ ହେବାକୁ ଯାଉଥିବାରୁ ଖୁବ୍ ଖୁସି ଅଛନ୍ତି । ତେବେ ପ୍ରେଗ୍ନାନ୍ସି ସମୟରେ ସେ ସମସ୍ତ କାମ ସାରି ଦେବାକୁ ଚାହୁଁଛନ୍ତି । କାରଣ ବେବି ଆସିବା ପରେ ସେ ସମ୍ପୂଣ୍ଣଁ ଫ୍ରି ହେବାକୁ ଚାହୁଁଛନ୍ତି । ଏମିତି ହେଲେ ସେ ପୁରା ସମୟ ତାଙ୍କ ପିଲାକୁ ଦେଇପାରିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ଭାରତୀ କହିଛନ୍ତି ଆମ ପିଲା ଆମର ପରିଶ୍ରମକୁ ଅନୁଭବ କରିପାରୁଛି । ଆଉ ଆଶା କରୁଛୁ ସେ ବଡ ହୋଇ ଆମ ଭଳି ପରିଶ୍ରମି ହେଉ । ବିଶଷ କରି ସେ ତା’ ପିତା ଅର୍ଥାତ୍ ହର୍ଷଙ୍କ ଭଳି ପରିଶ୍ରମି ହେଉ ବୋଲି ଭାରତୀ ଇଚ୍ଛା ରଖିଛନ୍ତି । ସୂଚନାଯୋଗ୍ୟ, ଭାରତୀ ଏବେ ୫ ମାସର ଗର୍ଭବତୀ ଅଛନ୍ତି ।

Show More

Related Articles

Back to top button