ମୁଖ୍ୟ ଖବର

ବେଞ୍ଜାମିନ ଲିଷ୍ଟ, ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର

୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ରହିଛି ।

ବେଞ୍ଜାମିନ ଲିଷ୍ଟ ଓ ଡେଭିଡ୍ ମାକମିଲାନଙ୍କୁ ଏହି ପୁରସ୍କାର ମିଳିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଆଜି ଟୁଇଟ କରି ଘୋଷଣା କରାଯାଇଛି । ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ।

ମଲିକୁଲାର ନିର୍ମାଣ ପାଇଁ ଏକ ସଠିକ୍ ନୂତନ ଉପକରଣ ବିକଶିତ କରିଥିଲେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନ । ଯାହା ଫାର୍ମାସ୍ୟୁଟିକାଲ୍ ଗବେଷଣା ଉପରେ ଅନେକ ପ୍ରଭାବ ପକାଇଥିଲା ଏବଂ ରସାୟନ ବିଜ୍ଞାନକୁ ଅନେକ କ୍ଷେତ୍ରରେ ସହଜ କରିଦେଇଥିଲା । ତେଣୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳୁଛି ।

Show More

Related Articles

Back to top button