ମନୋରଞ୍ଜନ

୩୫ ବର୍ଷରେ ପାଦ ଥାପିଲେ ଆୟେଶା ଟାକିଆ

ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷ ବୟସରେ ଆୟେଶା ମଡେଲିଂ ଦୁନିଆରେ ପାଦ ଦେଇଥିଲେ

ଆୟେଶା ଟାକିଆ ଅନେକ ବିଜ୍ଞାପନରେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ​​। ସାହିଦ କପୁରଙ୍କ ସହ ସେ କମ୍ପ୍ଲାନ୍ ର ବିଜ୍ଞାପନ କରିଥିଲେ । ଯାହା ପରେ ସେ ‘କମ୍ପ୍ଲାନ୍ ଗର୍ଲ’ ଭାବରେ ଫେମସ୍ ହୋଇଗଲେ । ୯୦ ଦଶକରେ ଆୟେଶା ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ଫାଲଗୁନି ପଠକଙ୍କ ଗୀତ ‘ମେରୀ ଚୁନର ଉଡ ଉଡ ଯାଏ’ରେ ଆୟେଶାଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ଖୁବ୍ ହିଟ୍ ହୋଇଥିଲା ଏବଂ ତାଙ୍କୁ ବହୁତ ପସନ୍ଦ କରାଯାଉଥିଲା । ଏହା ପରେ ସେ ମ୍ୟୁଜିକ୍ ଭିଡିଓ ନେହିଁ ନେହିଁ ଅଭି ନେହିଁରେ ମଧ୍ୟ ଅଭିନୟ କରିଥିଲେ ।ଆୟେଶା ମଡେଲିଂ ଏବଂ ମ୍ୟୁଜିକ୍ ଆଲବମ କରୁଥିବା ସମୟରେ ଫିଲ୍ମ ପାଇଁ ତାଙ୍କୁ ଅଫର ମିଳିଥିଲା । ସେ ଏକା ସାଥିରେ ଦୁଇଟି ଫିଲ୍ମ ‘ସୋଚା ନା ଥା’ ଏବଂ ‘ତାରଜନ୍: ଦି ୱାଣ୍ଡର କାର୍’ ଫିଲ୍ମ ପାଇଁ ସାଇନ୍ କରିଥିଲେ ।

୨୦୦୪ ରେ ପ୍ରଥମେ ‘ତାରଜନ୍: ଦି ୱାଣ୍ଡର କାର୍’ ରିଲିଜ୍ ହୋଇଥିଲା । ଏଥିରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ଆୱାର୍ଡ ପାଇଥିଲେ ।୨୦୦୬ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଡୋର’ ରେ ଆୟେଶାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଛୋଟ ବଜେଟ୍ ର ଏହି ଫିଲ୍ମକୁ ଲୋକମାନେ ପସନ୍ଦ କରିଥିଲେ । ଏହା ପରେ ଆୟେଶା ‘ଶାଦୀ ନଂ ୧’, ‘ହୋମ୍ ଡେଲିଭରୀ’, ‘ଶାଦୀ ସେ ପେହେଲେ’, ‘ୟୁ ହୋତା ତୋ କ୍ୟା ହୋତା’, ‘ସଲାମ ଏ ଇଶ୍କ’, ‘କ୍ୟା ଲଭ୍ ଷ୍ଟୋରୀ ହେ’, ‘ଫୁଲ୍ ଏଣ୍ଡ ଫାଇନାଲ୍’, ‘ ସଣ୍ଡେ ‘,’ ପାଠଶାଲା ‘ ସମେତ ଅନ୍ୟାନ୍ୟ ଫିଲ୍ମ ମଧ୍ୟ କରିଥିଲେ । ତଥାପି ଏହି ସବୁ ଫିଲ୍ମରୁ ଆୟେଶାଙ୍କ କ୍ୟାରିଅର୍ କିଛି ଖାସ୍ ହୋଇନଥିଲା । ୨୦୦୯ ରେ ସେ ସଲମାନ ଖାନଙ୍କ ସହ ‘ୱାଣ୍ଟେଡ’ ଫିଲ୍ମ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ।ମାର୍ଚ୍ଚ ୨୦୦୯ ରେ ଆୟେଶା ଟାକିଆ ତାଙ୍କ ପ୍ରେମିକ ଫରହାନ ଆଜମୀଙ୍କୁ ବିବାହ କରିଥିଲେ । ସେହି ସମୟରେ ଆୟେଶାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ଫରହାନ ସମାଜବାଦୀ ପାର୍ଟିର ନେତା ଅବୁ ଅଜମୀଙ୍କ ପୁଅ । ସେମାନଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ରହିଥିଲେ। ସେ ଫରହାନଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ । ବିବାହ ପରେ ଆୟେଶା ଗ୍ଲାମର ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ।କିଛି ବର୍ଷ ପୂର୍ବେ ଆୟେଶା ଏକ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ଯେଉଁଠାରେ ସମସ୍ତେ ତାଙ୍କ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆୟେଶାଙ୍କ ଚିକ୍ସଠାରୁ ଆରମ୍ଭ କରି ଓଠ ପର୍ଯ୍ୟନ୍ତ ସବୁକିଛି ବହୁତ ବଦଳି ଯାଇଥିଲା । ତାଙ୍କ ଫଟୋ ଦେଖିବା ପରେ ସେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ ଏବଂ ତାଙ୍କର ସର୍ଜରୀ ଖରାପ ହୋଇଯିବାରୁ ଏପରି ହୋଇଥିବାର ଟର୍ଚ୍ଚା ହୋଉଥିଲା । କିନ୍ତୁ ଆୟେଶା ସର୍ଜରୀକୁ ଅସ୍ୱୀକାର କରିଛନ୍ତି ।

Show More

Related Articles

Back to top button