ସ୍ୱାସ୍ଥ୍ୟ

ମୋଟାପଣ ଦୂର କରିବାର ଅଛି ତେବେ ବ୍ୟାୟାମର ୩୦ ମିନିଟ୍ ପୂର୍ବରୁ ପିଅନ୍ତୁ କଫି

ନିକଟରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ବ୍ୟାୟାମ ପୂର୍ବରୁ କଫି ପିଇବା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରତିଦିନ ବ୍ୟାୟାମ ଆରମ୍ଭ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଇବା ମୋଟାପଣ ଦୁର କରିବାରେ ସାହାଯ୍ୟ କରିଥାଏ ।ସ୍ପେନର ଗ୍ରାନାଡା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କଫି ଫ୍ୟାଟ୍ ଅକ୍ସିଡେସନ୍ ବଢାଇଥାଏ ଯାହା ଆପଣଙ୍କୁ ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ । ଉଲ୍ଲେଖନୀୟ କଥା ହେଉଛି, କଫି ଦୁନିଆର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପଦାର୍ଥ ମଧ୍ୟରୁ ଗୋଟିଏ । କିନ୍ତୁ ଏପର୍ଯ୍ୟନ୍ତ ଏହାର ଉପକାରୀ ପ୍ରଭାବ ବିଷୟରେ ଅଳ୍ପ ଗବେଷଣା କରାଯାଇଛି । ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଡାକ୍ତର ଫ୍ରାନ୍ସିସ୍କୋ ଜୋସେ ଅମରୋ ଗହଟେ କହିଛନ୍ତି ଯେ ଫ୍ୟାଟ୍ ଅକ୍ସିଡେସନ୍ ବଢାଇବା ପାଇଁ ସାଧାରଣତଃ ଖାଲି ପେଟରେ ବ୍ୟାୟାମ କରିବା ପରାମର୍ଶ ଦିଆଯାଇଛି ।ଆଥଲେଟିକ୍ ପ୍ରଦର୍ଶନ ଉପରେ କଫି ର ପ୍ରଭାବକୁ ବୁଝିବାକୁ, ଅନୁସନ୍ଧାନକାରୀମାନେ ୧୫ ଜଣ ପୁରୁଷ ଅଂଶଗ୍ରହଣକାରୀଙ୍କୁ ସାତ ଦିନର ବ୍ୟବଧାନରେ ଚାରିଥର ବ୍ୟାୟାମ ପରୀକ୍ଷା ସମାପ୍ତ କରିବାକୁ କହିଥିଲେ, ଯେଉଁଥିରେ ସେମାନଙ୍କର ଫ୍ୟାଟ୍ କମିବାର ସ୍ତର ମଧ୍ୟ ନିୟମିତ ଭାବରେ ମାପ କରାଯାଉଥିଲା । ଅଂଶଗ୍ରହଣକାରୀମାନେ ପାଞ୍ଚ ମି.ଲି. କଫି କିମ୍ବା ସକାଳ ଆଠଟାରେ ଏବଂ ସନ୍ଧ୍ୟାରେ ପାଞ୍ଚଟାରେ ଗୋଟ୍ଏ ପ୍ଲେସବୋ ନେଇଥିଲେ । ଏଥିରୁ ଜଣାପଡିଲା ଯେ ଅଂଶଗ୍ରହଣକାରୀମାନେ ଯେଉଁମାନେ କଫି ପିଉଥିଲେ, ସେମାନେ ପ୍ଲେସବୋ ନେଉଥିବାଙ୍କ ତୁଳନାରେ ଅଧିକ ଫ୍ୟାଟ୍ କମ୍ କରିଥିଲେ ।

ଡାକ୍ତର ଆମାରୋ କହିଛନ୍ତି ଯେ ଆମର ଅଧ୍ୟୟନରୁ ଜଣାପଡିଛି ଏରୋବିକ ବ୍ୟାୟାମ କରିବାର ୩୦ ମିନିଟ ପୂର୍ବରୁ କଫି ପିଇବା ଫ୍ୟାଟ୍ ଅକ୍ସିଡେସନ୍ ବୃଦ୍ଧିରେ ସହାୟକ ହୋଇଥାଏ ।ରିପୋର୍ଟରେ କୁହାଯାଇଛି ଯେ ବ୍ରିଟେନରେ ୬୦ ପ୍ରତିଶତରୁ ଅଧିକ ଲୋକ ଅଧିକ ଓଜନ କିମ୍ବା ମେଦବହୁଳରେ ଗ୍ରସ୍ତ, ଅର୍ଥାତ୍ ସେମାନଙ୍କର ୨୫ ରୁ ଉପରେ ବିଏମଆଇ ଅଛି । ମୋଟାପଣକୁ ସାରା ଦୁନିଆରେ ମୃତ୍ୟୁର ପ୍ରମୁଖ କାରଣ ସହିତ ଯୋଡା ହୋଇଛି, ଯେଉଁଥିରେ ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ୍ ଅନ୍ତର୍ଭୁକ୍ତ । ବ୍ରିଟେନରେ ପ୍ରତିଦିନ ପ୍ରାୟ ୯୫ ନିୟୁତ କପ୍ କଫି ପିଆଯାଇଥାଏ । ଏହି ଅଧ୍ୟୟନର ଫଳାଫଳ ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ନ୍ୟୁଟ୍ରିସନ୍ ଜର୍ନାଲରେ ପ୍ରକାଶିତ ହୋଇଛି ।ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ପ୍ରକ୍ରିୟା ଅପରାହ୍ନରେ ବ୍ୟାୟାମ କରିବା ଦ୍ୱାରା ଅଧିକ ଲାଭବାନ ହେବ । ପ୍ରକୃତରେ, ଅଧ୍ୟୟନ ସମୟରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବ୍ୟାୟାମ ସମୟରେ ଫ୍ୟାଟ୍ ଅକ୍ସିଡେସନ୍ ସକାଳ ଅପେକ୍ଷା ଅପରାହ୍ନରେ ବହୁତ ଅଧିକ ଥିଲା । ଫଳାଫଳରୁ ଜଣାପଡିଛି ଯେ ମଧ୍ୟାହ୍ନରେ କଫି ଏବଂ ମଧ୍ୟମ ବ୍ୟାୟାମ ମିଶ୍ରଣ କରିବା ହେଉଛି ଫ୍ୟାଟ୍ କମାଇବା ପାଇଁ ସର୍ବୋତ୍ତମ ଉପାୟ ।

Show More

Related Articles

Back to top button