ଖେଳ

ରୋହିତ ଶର୍ମା- ‘ଚାମ୍ପିଅନ ହେବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍ ନୁହେଁ’

ମୁମ୍ବାଇ ଇଣ୍ଡିଆନ୍ସ ନବମ ଥର ପାଇଁ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍ ହାରିଛି । କିନ୍ତୁ ରୋହିତ ଶର୍ମା ଏହି ପରାଜୟକୁ ନେଇ ନିରାଶ ନାହାଁନ୍ତି । ଚାମ୍ପିଅନସିପ୍ ଜିତିବା ଜରୁରୀ ପ୍ରଥମ ମ୍ୟାଚ୍ ନୁହେଁ ବୋଲି କହିଛନ୍ତି ହିଟମ୍ୟାନ୍ ରୋହିତ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ୨ ଓ୍ୱିକେଟରେ ହାରିବା ପରେ ରୋହିତ କହିଛନ୍ତି ଯେ, ପ୍ରଥମ ମ୍ୟାଚ୍ ଜିତିବା ଜରୁରୀ ନୁହେଁ । ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ । ଏହା ବହୁତ ଭଲ ମୁକାବିଲା ଥିଲା । ଆରସିବିକୁ ସେମାନେ ସହଜରେ ଜିତିବାକୁ ଦେଇନଥିଲେ । ଦଳଗତ ସ୍କୋରକୁ ନେଇ ସେ ଖୁସି ନଥିବା କହିବା ସହ ଆହୁରି ୨୦ ରନ୍ ଅଧିକ କରିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ।ସେ ଆହୁରି କହିଛନ୍ତି ଯେ, କିଛି ଭୁଲ ହୋଇଥିଲା । ଯାହା ସାଧାରଣ ଭାବେ ହୋଇଥାଏ ।

ଏହାକୁ ଭୁଲି ଆଗକୁ ବଢିବାକୁ ହେବ । ପିଚ୍ ବ୍ୟାଟିଂ ପାଇଁ ସହଜ ନଥିଲା । ଆଗାମୀ କିଛି ମ୍ୟାଚ୍ ପାଇଁ ଏହା ଉପରେ ଭାବିବାକୁ ହେବ । ସେମାନେ ଶେଷ ୪ ଓଭରରେ ଡିଭିଲର୍ସଙ୍କୁ ଆଉଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ବୁମରାହ ଓ ବୋଲ୍ଟଙ୍କୁ ବୋଲିଂ ଦେଇଥିଲେ । କିନ୍ତୁ ଏହା ସଫଳ ହୋଇନଥିଲା ।ମୁମ୍ବାଇ ପ୍ରଥମେ ଟସ୍ ହାରି ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ୍ କରିଥିଲା । ଆରସିବିର ହର୍ଷେଲ ପଟେଲ ୨୭ ରନ୍ ଦେଇ ୫ ଓ୍ୱିକେଟ୍ ନେଇଥିଲେ । ଫଳରେ ମୁମ୍ବାଇ ବଡ ସ୍କୋର କରିପାରିନଥିଲା । ଆରସିବି ଏବି ଡିଭିଲର୍ସଙ୍କ ୧୪୮ ରନ୍ ବଳରେ ୧୬୦ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

Show More

Related Articles

Back to top button