Breaking PLUSଓଡ଼ିଶା

ଅଟୋ-ବାଇକ୍‌ ଧକ୍କା ଦୁର୍ଘଟଣା

ଜଣେ ମୃତ, ୨ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ । କଟକ ଜଗତପୁର ଖଇରା ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜଗତପୁର ଆଡୁ ପିରବଜାର ଅଭିମୁଖେ ଏକ ବାଇକ୍‌ ଯାଉଥିଲା । ଠିକ୍‌ ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ବାଇକ୍‌କୁ ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନାମକ ଜଣେ ଵ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ଶିଖରପୁର ର କୋରପୋଖରୀ ଅଞ୍ଚଳରେ ବୋଲି ଜଣାପଡିଛି। ଦୁଘଟଣାରେ ମୃତକଙ୍କ ବନ୍ଧୁ ଦୀପକ ଦାସ ଓ ଅଟୋ ବାଇକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାିଛି ।

Show More

Related Articles

Back to top button