ଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଡୋପ୍ ଟେଷ୍ଟରେ ବିଫଳ, ବିଶ୍ୱ ଚାମ୍ପିୟାନସିପରୁ ବାଦ ପଡିଲେ ଆଥଲେଟ୍ ଭାବନା ଜାଟ୍

ବର୍ଷକ ମଧ୍ୟରେ ତିନି ଥର ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ଡୋପ୍ ଟେଷ୍ଟରେ ବିଫଳ ହେବା କାରଣରୁ ବିଶ୍ୱ ଚାମ୍ପିୟାନସିପରୁ ବାଦ୍ ପଡିଲେ ଟୋକିଓ ଅଲମ୍ପିଆନ୍ ଭାବନା ଜାଟ୍ । ଭାବନା ବର୍ଷକ ମଧ୍ୟରେ ତିନି ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏହାପରେ ବୁଡାପେସ୍ଟରେ 19ରୁ 27 ଅଗଷ୍ଟ ଯାଏ ହେବାକୁ ଥିବା ବିଶ୍ୱ ଚାମ୍ପିଆନସିପରୁ ବାଦ ପଡିବା ପରେ ସ୍ୱଦେଶ ଫେରିବେ ଭାବନା ।
ବିଶ୍ୱ ଚାମ୍ପିଆନସିପର 20 କିଲୋମିଟର ରେସରେ ଯୋଗ୍ୟତା ଅର୍ଜନ କରିଥିବା ଏକ ମାତ୍ର ଭାରତୀୟ ଆଥଲେଟ୍ ହେଉଛନ୍ତି ଅର୍ଚ୍ଚନା । ତେବେ ତିନି ତିନି ଥର ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିବା ନେଇ ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । 27 ବର୍ଷୀୟ ଭାବନା ବିଶ୍ବ ରାଙ୍କିଙ୍ଗ ଯୋଗୁ ଚାମ୍ପିୟନସିପରେ ସ୍ଥାନ ପାଇଥିଲେ ଏବଂ ଜାତୀୟ ସ୍ତରରେ ଅନେକ ଚାମ୍ପିୟନସିପ୍ ଜିତ ଭଲ ଫର୍ମରେ ଅଛନ୍ତି ।
ବିଶ୍ୱର ଆଣ୍ଟି ଡୋପିଂ ଏଜେନ୍ସିର ନିୟମ ଅନୁସାରେ ଜଣେ ଆଥଲେଟ୍ ବର୍ଷକ ମଧ୍ୟରେ ତିନି ଥର ଡୋପିଂ ନିରୋଧୀ ନିୟମର ଉଲ୍ଲଂଘନ କଲେ ଆଥଲେଟଙ୍କୁ ସସପେଣ୍ଡ କରାଯିବ ।…

Show More

Related Articles

Back to top button