Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଖୁବ ଶୀଘ୍ର ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-3

ପ୍ରୋପଲସନ ମଡ୍ୟୁଲରୁ ବିଚ୍ଛିନ୍ନ ହେଲା ଲ୍ୟାଣ୍ଡର

() ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଆଜି ଚନ୍ଦ୍ରଯାନ-୩ରୁ ଲ୍ୟାଣ୍ଡର୍‌ ‘ବିକ୍ରମ’ ସଫଳତାର ସହିତ ପୃଥକ୍‌ ହୋଇଛି । ଏନେଇ ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ,ପ୍ରୋପଲସନ ମଡ୍ୟୁଲରୁ ସଫଳ ଭାବେ ବିଚ୍ଛିନ୍ନ ହୋଇଛି ଚନ୍ଦ୍ରୟାନର ଲ୍ୟାଣ୍ଡର୍ । ଇସ୍ରୋ ପାଇଁ ଏହା ଏକ ଜଟିଳ ପ୍ରକ୍ରିୟା ରହିଥିଲା । ପ୍ରୋପଲସନ୍ ମଡ୍ୟୁଲରୁ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ବିଚ୍ଛିନ୍ନ ହେଲା ପରେ ଏବେ ଲ୍ୟାଣ୍ଡିଂ ଉପରେ ରହିଛି ନଜର । ରିପୋର୍ଟ ଅନୁସାରେ, ଆଜି ଅପରାହ୍ଣ ୧ଟା ବେଳେ ଚନ୍ଦ୍ରଯାନ-୩ର ‘ପ୍ରପଲ୍‌ସନ୍‌ ମଡ୍ୟୁଲ୍‌’ରୁ ‘ଲ୍ୟାଣ୍ଡର୍‌ ବିକ୍ରମ’ ବିଚ୍ଛିନ୍ନ ହୋଇଥିଲା। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକ ବିକ୍ରମ ସାରାଭାଇଙ୍କ ନାମାନୁସାରେ ନାମିତ ଏହି ‘ଲ୍ୟାଣ୍ଡର୍‌’ ସାଥିରେ ‘ପ୍ରଜ୍ଞାନ’ ନାମକ ‘ରୋଭର୍‌’ ନେଇଯାଇଛି। ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ।

ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।

Show More

Related Articles

Back to top button