Breaking PLUSଦେଶବଲିଉଡମୁଖ୍ୟ ଖବର

ଜନ୍ମଦିନରେ ବି ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଆର୍ୟନ

ଜନ୍ମଦିନରେ ବି ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଆର୍ୟନ ଖାନ । ଆଜି ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜନ୍ମଦିନ । ପୂର୍ବରୁ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିଲେ । ୧୨ ନଭେମ୍ବର ଅର୍ଥାତ ଆଜି ତାଙ୍କର ଜନ୍ମଦିନ । ଏହାରି ଭିତରେ ବି ତାଙ୍କୁ ନାର୍କାଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟ ଯାଇଥିବା ବେଳେ ସ୍ପଟ କରାଯାଇଛି ।

ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲରେ ଗିରଫ ହୋଇଥିବା ଆର୍ୟନଙ୍କୁ ଦୀର୍ଘ ୨୮ ଦିନ ପରେ ସର୍ତ୍ତମୂଳକ ଜାମିନ ମିଳିଛି । ଏହି ସର୍ତ୍ତ ଆଧାରରେ ପ୍ରତି ଶୁକ୍ରବାର ସେ ଏନସିବି ଅଫିସରେ ଦିନ ୧୨ଟାରୁ ୨ଟା ମଧ୍ୟରେ ହାଜର ହେବାକୁ କୁହାଯାଇଛି । ତେଣୁ ଶୁକ୍ରବାର ଜନ୍ମଦିନ ଥିଲେ ବି ସେ ହାଜିରା ଦେବାକୁ ଏନସିବି ଅଫିସ ପହଞ୍ଚିଥିଲେ । ତାଙ୍କ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ମୁନମୁନ ଧମୋଚା ବି ଏନସିବି କାର୍ଯ୍ୟାଳୟରେ ହାଜିରା ପାଇଁ ପହଞ୍ଚିଥିଲେ ।

Show More

Related Articles

Back to top button