Breaking PLUSଦେଶମୁଖ୍ୟ ଖବର

ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ମୋଦି

ଆରବିଆଇ ନିବେଶକଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ଯୋଜନା ହେଉଛି ରିଟେଲ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା । ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଯୋଜନା ଦୁଇଟିର ଶୁଭାରମ୍ଭ କରିଛନ୍ତି । ଦୁଇଟି ଯୋଜନା ବିଷୟରେ ମୋଦି କହିଛନ୍ତି ଯେ ଏହି ଯୋଜନା ଗୁଡିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ ।

ରିଟେଲ ଡାଇରେକ୍ଟ ଯୋଜନା ବା ସରକାରୀ ସିକ୍ୱିରିଟି ରେ ନିବେଶ ଲାଗି ଦେଶରେ ଛୋଟ ନିବେଶକାରୀଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ । ଏହା ମଧ୍ୟବୀତ୍ତ କର୍ମଚାରୀ ,କ୍ଷୁଦ୍ର ବ୍ୟବସୟୀ ,ଦେଶରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୱିରିଟିରେ ପ୍ରତକ୍ଷ ବା ନିରାପଦ ଭାବେ ସାମିଲ କରାଯିବ। ଏଥିରେ ନିବେଶକ ମାନଙ୍କ ପାଇଁ ସୁରକ୍ଷାକୁ ଗ୍ୟାରେଣ୍ଟି ଦିଆଯିବ ବୋଲି ମୋଦି କହିଥିଲେ । ସରକାରଙ୍କ ପଦକ୍ଷେପ କାରଣରୁ ବ୍ୟାଙ୍କ ପ୍ରଶାସନରେ ସୁଧାର ଆସିଛି ବୋଲି ମୋଦି ପ୍ରତିକ୍ରିୟା ରଖିଛନ୍ତି ।

ଘରେ ବସି ନିବେଶକ ମାନେ ନିବେଷ କରିପାରିବେ । ଆରବିଆର ପୁରା ଟିମକୁ ମୋଦି ଧନ୍ୟବାଦ ଜଣାଇଥିଲେ । ମାତ୍ର ୭ ବର୍ଷ ଭିତରେ ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି । ଦେଶରେ ଯେ କୌଣସି ସ୍ଥାନରେ ବ୍ୟାଙ୍କ ସେବା ମିଳିପାରୁଛି ବୋଲି ମୋଦି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ ।

Show More

Related Articles

Back to top button