Breaking PLUSଓଡ଼ିଶାମୁଖ୍ୟ ଖବର

ଶାନ୍ତିପୂର୍ଣ୍ଣ ଭାବେ ୬ଘଣ୍ଟିଆ ବନ୍ଦ ପାଳନ କରିଛି କଂଗ୍ରେସ

ଆଜି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି କଂଗ୍ରେସର ହରତାଳ ଜାରି ରହିଥିଲା । କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା । ଆନ୍ଦୋଳନ ବେଳେ ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଥିଲା କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । କଂଗ୍ରେସର ଛଅ ଘଣ୍ଟିଆ ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ ଚକୋଲେଟ୍ ବାଣ୍ଟି ଅଭିନବ ପ୍ରତିବାଦ କରିଛି କଂଗ୍ରେସ ।

ଆଜି ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ କଂଗ୍ରେସ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲା । ହେଲେ ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣି ଭାବେ କରିଛି କଂଗ୍ରେସ । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଚକୋଲେଟ ଦେଇଥିଲେ କଂଗ୍ରେସ କର୍ମୀମାନେ । ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଛାତ୍ର ଯୁବ କଂଗ୍ରେସର ବହୁ କର୍ମୀ ଉପସ୍ଥିତ ଥିଲେ ।

Show More

Related Articles

Back to top button