Breaking PLUSଦେଶମୁଖ୍ୟ ଖବର

କଙ୍ଗନା ରଣାଓ୍ୱତ: ୧୯୪୭ରେ ଭାରତକୁ ମିଳିଥିବା ସ୍ୱାଧିନତା ଭିକ ଥିଲା

ନିକଟରେ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇ ଚର୍ଚ୍ଚାରେ ଥିଲେ କଙ୍ଗନା ରଣାଓ୍ୱତ । ଭାରତ ସ୍ୱାଧିନତାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ ଏବେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ୧୯୪୭ରେ ଭାରତର ସ୍ୱାଧିନତାକୁ ନେଇ ଏକ ଇଂରାଜୀ ଗଣମାଧ୍ୟମରେ କଙ୍ଗନା ଦେଇଥିବା ବୟାନକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସେ କହିଥିଲେ, ୧୯୪୭ରେ ଭାରତକୁ ମିଳିଥିବା ସ୍ୱାଧିନତା ଭିକ ଥିଲା । ପ୍ରକୃତ ସ୍ୱାଧିନତା ୨୦୧୪ରେ ମିଳିଥିଲା । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ଭାରତକୁ ପ୍ରକୃତରେ ସ୍ୱାଧିନତା ମିଳିଛି । ତେବେ କଙ୍ଗନାଙ୍କ ଏହି ବୟାନ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଙ୍ଗନାଙ୍କ ଏହି ବୟାନ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ଏହି ବୟାନ ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଟୁଇଟ କରି କଙ୍ଗନାଙ୍କୁ କଟାକ୍ଷ କରିଥିଲେ । ବରୁଣ ଗାନ୍ଧୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟା ପ୍ରତି ଏହା ଏକ ବଡ଼ ଅପମାନ । ଦେଶର ସ୍ୱାଧିନତା ପାଇଁ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ପରିବାର ସ୍ୱାଧିନତା ଲାଗି ଆନ୍ଦୋଳନ ଓ ଲଢ଼େଇରେ ଶହୀଦ ହୋଇଥିଲେ । କଙ୍ଗନାଙ୍କ ଏହି ବୟାନ ସିଧାସଳଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଅପମାନ । ଯେଉଁମାନେ ଦେଶ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିଲେ । ଏହା ସିଧାସଳଖ ଦେଶଦ୍ରୋହର ମାମଲା ବୋଲି ବରୁଣ ଉଲ୍ଲେଖ କରିଥିଲେ ।

ତେବେ ଏହି ମାମଲାରେ କେବଳ ବରୁଣ ଗାନ୍ଧୀ ନୁହେଁ ବରୁଣଙ୍କ ବ୍ୟତୀତ ବିରୋଧୀ ଦଳ ମଧ୍ୟ ଏହାକୁ ନେଇ ତୀବ୍ର ସମାଲୋଚନା ପ୍ରକାଶ କରିଛନ୍ତି । ଅକାଳୀ ଦଳ ନେତା ମନଜିନ୍ଦର ସିଂ କହିଛନ୍ତି ମଣିକର୍ଣ୍ଣିକ ଚଳଚିତ୍ର ଅଭିନୟ କରୁଥିବା ଅଭିନେତ୍ରୀ କିପରି ସ୍ୱାଧିନତାକୁ ଭିକ୍ଷା କହୁଛନ୍ତି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟିର ନେତ୍ରୀ ପ୍ରିତୀ ଶର୍ମା ମେନନ କଙ୍ଗନାଙ୍କ ଏହି ଉକ୍ତିକୁ ବିରୋଧ କରି ମୁମ୍ବାଇ ପୋଲିସ ନିକଟରେ ଏକ ଏଫଆଇଆର ଦାୟର କରିଥିଲେ । ତେବେ ଏମାନଙ୍କ ବ୍ୟତୀତ ଇତିହାସକାର ଇର୍ଫାନ ହବିବ୍, ଅଭିନେତ୍ରୀ ସ୍ବାରା ଭାସ୍କର, ଫିଲ୍ମ ନିର୍ମାତା ଓନିର, ବ୍ୟାଟମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ଓ ରେଡିଓ ଜକି ସାଇମାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Show More

Related Articles

Back to top button