Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୪କୋଟି ଟପିଲା ଟିକାକରଣ

ଓଡ଼ିଶାରେ ୪କୋଟି ଟପିଲା କୋଭିଡ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି । ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇନଥିବା ଲୋକ ଅଛନ୍ତି, ସେଠାରେ କେନ୍ଦ୍ର ଖୋଲାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ସେ ଆହୁର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଟିକାକରଣ ହୋଇଛି । ପ୍ରଥମ ଡୋଜ୍ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ହୋଇଛି । ହର୍ ଘର ଦସ୍ତକ ଆରମ୍ଭ ହେବା ପରେ ଟିକାକରଣ ବଢ଼ିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଆମ ଦେଶରେ ବଢ଼ିନି । ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ସେହିପରି ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି ସେ କହିଛନ୍ତି । କରୋନା ସ୍ଥିତି ନୂଆ ହୋଇଥିବାରୁ ବୁଷ୍ଟର ଡୋଜ୍ ନେଇ ତର୍ଜମା ଚାଲିଛି । ଟେକ୍ନିକାଲ ବଡ଼ି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ତା’ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

 

Show More

Related Articles

Back to top button