Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଲା ଜାମିନ୍‌

କଟକ: ବହୁଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି। ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ଇଡି ପକ୍ଷରୁ କରାଯାଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ମନି ଲଣ୍ଡରିଂର ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ପ୍ରମାଣ ମିଳିଥିଲା।

Show More

Related Articles

Back to top button