Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜ୍ୟସଭା ଫେରିବେ ରାଘବ ଚଢା; ୧୧୫ ଦିନ ପରେ ହଟିଲା ନିଲମ୍ବନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ସୋମବାର ରାଜ୍ୟସଭା ସଦସ୍ୟତା ଫେରି ପାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଚଢ଼ାଙ୍କ ନିଲମ୍ବନ ପ୍ରତ୍ୟାହାର କରି ତାଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଦୀର୍ଘ ୧୧୫ଦିନ ପରେ ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ଅଗଷ୍ଟ ୧୧ ତାରିଖ ମୌସୁମୀ ଅଧିବେଶନରେ ଚଢ଼ାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀ ସେବା(ସଂଶୋଧନ) ବିଲ୍‌କୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଚଢ଼ା ଏକ ଦାବିପତ୍ରରେ କିଛି ସାଂସଦଙ୍କ ନାମ ସେମାନଙ୍କ ଅନୁମତି ବିନା ହସ୍ତାକ୍ଷର କରିଥିବା ଅଭିଯୋଗ ହୋଇଥିଲା। ୫ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ଅଭିଯୋଗରେ ଚଢ଼ାଙ୍କୁ ନିଲମ୍ବନ କରାଯାଇଥିଲା।

Show More

Related Articles

Back to top button