ଦେଶସ୍ୱତନ୍ତ୍ର

ପୁଣି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର

ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା । ଖୁବଶୀଘ୍ର ବ୍ରିଟିଶ ନାଗରିକଙ୍କ ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ୨୦୨୦ ମାର୍ଚ୍ଚ ତଥା କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା। ତେବେ ଆଗକୁ ଖ୍ରୀଷ୍ଟମାସ ଆସୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଏନେଇ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନର ଖୁସିବ୍ୟକ୍ତ କରିଛନ୍ତି ।

ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏହି ଭିସା ୱେବସାଇଟ୍ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ବ୍ରିଟେନ୍ ନାଗରିକମାନେ ଏଣିକି ଆବେଦନ କରିପାରିବେ।

ଅନ୍ୟପଟେ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା।

Show More

Related Articles

Back to top button