ଖେଳଦେଶଦେଶ ବିଦେଶସେଲିବ୍ରିଟିସ୍ୱତନ୍ତ୍ର

ଫିଫା ବିଶ୍ୱକପ୍ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ

କତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ରେ ଅଂଶଗ୍ରହଣ କରିଛନ୍ତି ବିଶ୍ୱର ଅନେକ ଫୁଟବଲ ଦଳ । ଏଥିରେ ନିଜ ନିଜର ପରିଦର୍ଶନ ଦେଖାଇ ଖେଳ ପ୍ରେମୀଙ୍କ ମନ ମୋହୁଛନ୍ତି । ତେବେ ଏହାରି ମଧ୍ୟରେ ଡିସେମ୍ବର ୧୮ ରେ ଅନୁଷ୍ଠିତ ହେବାକୁ ଯାଉଛି ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ।

କିନ୍ତୁ ଏହାରି ମଧ୍ୟରେ ମୋଷ୍ଟ ପପୁଲାର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅଭିନେତ୍ରୀ ଦୀପିକା ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ। ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ, ଯିଏକି ବିଶ୍ୱର ସର୍ବାଧିକ କ୍ରୀଡା ଇଭେଣ୍ଟରେ ଏଭଳି ସମ୍ମାନ ପାଇଛନ୍ତି । ଏଥିସହିତ ସେ ଡିସେମ୍ବର ୧୮ରେ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ ବୋଲି ଆଶା କରାଯାଉଛି।

Show More

Related Articles

Back to top button