ଓଡ଼ିଶାରାଜନୀତି

ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପଦ୍ମପୁର ଉପନିର୍ବାଚନ,ମୋଟ୍ ୮୧.୨୯% ମତଦାନ ରେକର୍ଡ

ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ । ଗତକାଲି ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଜର ମତ ସାବ୍ୟସ୍ତ କରିଥିଲେ ଭୋଟର । ତେବେ ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ସଦ୍ୟତମ ତଥ୍ୟରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ୯ଟା ସୁଦ୍ଧା ୮.୫ %, ଦିନ ୧୧ଟା ବେଳକୁ ୨୯.୭୩ %, ଗୋଟାଏ ବେଳକୁ ୪୬.୯୬ %, ଅପରାହ୍ନ ୩ଟାରେ ୬୫.୨୮% ମତଦାନ ହୋଇଥିଲା। ସଂଧ୍ୟା ୫ଟା ବେଳକୁ ୭୫.୮୯% ମତଦାନ ହୋଇଥିଲା। ସଂଧ୍ୟା ୬ଟା ବେଳକୁ ଏହା ୮୦ ପ୍ରତିଶତ ଅତିକ୍ରମ କରିଥିଲା। ତେବେ ସକାଳ ସମୟରେ ମତଦାନ ହାର କମ୍ ରହିଥିଲା।

୨୦୧୯ ଏବଂ ୨୦୧୪ ମସିହା ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ଅଧିକ ରହିଛି। ଏହି ଦୁଇ ନିର୍ବାଚନରେ ଏଠାରେ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍ ଗ୍ରହଣ ସମୟରେ କାଁ ଭାଁ ସାମାନ୍ୟ ପାଟିତୁଣ୍ତକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ପଡ଼ିଛି।କିଛିସ୍ଥାନରେ ଭିଭିପାଟ୍ ମେସିନ୍ ଅଚଳ ହୋଇପଡ଼ିବାରୁ ସେହି ବୁଥ୍ ଗୁଡ଼ିକରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ବୁଥ୍ ନମ୍ବର ୨୦୯ ରାଜବୋରାସମ୍ବର ହାଇସ୍କୁଲ, ବୁଥ୍ ନମ୍ବର ୩୦୪ ଘନାମାଳଠାରେ ଇଭିଏମ୍ରେ ତ୍ରୁଟି ବାହାରିଥିଲା। ପୁଣି ଇଭିଏମ୍ ପରିବର୍ତ୍ତନ କରାଯିବା ପରେ ଭୋଟ୍ ଗ୍ରହଣ ସ୍ବାଭାବିକ ହୋଇଥିଲା।

ସେହିପରି ପାଇକମାଳ ବ୍ଲକ୍ ଢେଙ୍କିମୁଣ୍ତା ୯୫ ନମ୍ବର ବୁଥରେ ସଂଧ୍ୟା ୭ଟା ୪୫ ମିନିଟ ପର୍ଯ୍ୟନ୍ତ ଭୋଟଦାନ ହୋଇଥିଲା। ଏହି ବୁଥରେ ୧୩୯୬ ଭୋଟର ଥିବାରୁ ଭୋଟଦାନ କାର୍ଯ୍ୟ ବିଳମ୍ବ ହୋଇଥିଲା। ପ୍ରାୟ ୧୧ ଶହ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ବିଳମ୍ବ ଯୋଗୁଁ ଅଧିକାଂଶ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିନପାରି ଫେରିଯାଇଥିବା ଜଣପଡ଼ିଛି।

Show More

Related Articles

Back to top button