ଓଡ଼ିଶା

ପୁଣି ଆମେରିକାରେ ଗୁଳିକାଣ୍ଡ,୫ ମୃତ ୧୮ ଆହତ

ପୁଣି ଆମେରିକାରେ ଗୁଳିକାଣ୍ଡ । ରବିବାର ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ୍ ସହର ସ୍ଥିତ ଏକ ନାଇଟ୍ କ୍ଲବରେ ଏହି ଗୁଳିକାଣ୍ଡ ଘଟିଛି । ଏହି ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣେ ସଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି ।

କୋଲୋରାଡୋ ସ୍ପ୍ରିଙ୍ଗସ୍ ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ପାମେଲା କାସ୍ତ୍ରୋ କହିଛନ୍ତି ଯେ, ଏଲଜିବିଟିକ୍ୟୁ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା । ଆହତଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଛି ।

Show More

Related Articles

Back to top button