ଓଡ଼ିଶା

ଆରପାରିରେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ଆରପାରିରେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । ଦୀର୍ଘଦିନ ହେବ ଅଭିନେତ୍ରୀ ଜଣକ ଅସୁସ୍ଥ ହୋଇ ଚିକିତ୍ସାରତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । କାର୍ଡିଆକ୍ ଆରେଷ୍ଟ ଯୋଗୁଁ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୨୪ ବର୍ଷ ବୟସ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ,ନଭେମ୍ବର ୧ରେ ଏଣ୍ଡ୍ରିଲାଙ୍କୁ ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ନଭେମ୍ବର ୧୫ ବେଳକୁ ତାଙ୍କୁ Cardiac arrest ହୋଇଥିଲା । ଯାହା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏପରିକି ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ମୁଣ୍ଡରେ ବ୍ଲଡ୍ କ୍ଲଟ୍ ହୋଇଥିଲା । ପରେ ପରେ ମଲ୍ଟିପଲ୍ cardiac arrest ହେବାରୁ  ହାର୍ଟ ଆଟାକ୍ ପରେ ଡାକ୍ତର ତାଙ୍କୁ କାର୍ଡିୟୋପଲ୍ମୋନରୀ ରିସସିଟେସନ୍ (ସିପିଆର୍) ଦେଇଥିଲେ । ଧିରେଧିରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ସହ ତାଙ୍କର ଦେହାନ୍ତ ହୋଇଛି ।

 

Show More

Related Articles

Back to top button