Breaking PLUSଓଡ଼ିଶାମୁଖ୍ୟ ଖବର

ଆନନ୍ଦପୁର ପଂଚୁପଲ୍ଲୀରେ ବାଘ ବୁଲିବା ଭିଡ଼ିଓ ଭାଇରାଲ୍ ଘଟଣା

ବାଘକୁ ନେଇ ଭୟଭିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଲେ ପିସିସିଏଫ

କେନ୍ଦୁଝର, ୧୮ ନଭେମ୍ବର – ଆନନ୍ଦପୁର ପଂଚୁପଲ୍ଲୀରେ ବାଘ ବୁଲିବା ଭିଡ଼ିଓ ଭାଇରାଲ୍ ଘଟଣା । ବାଘକୁ ନେଇ କୌଣସି ପ୍ରକାରେ ଭୟଭିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ବୁଲୁଥିବା ବାଘଟି ଏକ କଲରାପତରିଆ ବାଘ । ବାଘଟି ହଦଗଡ଼ରୁ ଚାଲି ଆସିଛି । ପାଖରେ ଅଭୟାରଣ୍ୟ ଥିବାରୁ ବାଘଟି ଏମିତି ବାଟଭୁଲି ଚାଲିଆସିବା ଏକ ସାଧାରଣ କଥା । ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି । ସେମାନେ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ତେଣୁ ଲୋକମାନେ କୌଣସି ପ୍ରକାରେ ଭୟଭିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି, ସଂନ୍ଧ୍ୟା ହେଲେ ବାଘଟି ପୁଣି ଥରେ ଅଭୟାରଣ୍ୟକୁ ଫେରିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବାଘକୁ ଦେଖିବାକୁ ବା ଘଉଡାଇବାକୁ ଲୋକମାନେ ଏକାଠି ନହେବାକୁ ସେ କହିଛନ୍ତି ।

Show More

Related Articles

Back to top button