Breaking PLUSଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ ଗାଜାର ଖାନ୍ ୟୁନିସରେ ଗର୍ଜିଲା ଇସ୍ରାଏଲର ମିସାଇଲ୍, 26 ମୃତ

ତେଲଅଭିବ- ଗାଜାରେ ଫାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଓ ଇସ୍ରାଏଲ ସେନା ମଧ୍ୟ ଯୁଦ୍ଧ ଲାଗିରହିଛି । 43ଦିନରେ ବି ଘମାଘୋଟ ଲଢେଇ ଲାଗିରହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସେସ ହମାସର ଠିକଣା ଉପରେ ଲଗାତର ଆତଙ୍କ କରୁଛି ଇସ୍ରାଏଲ । ଏହାରି ଭିତରେ ଇସ୍ରାଏଲ ସେନା ଦକ୍ଷିଣ ଗାଜାର ଖାନ୍ ୟୁନିସ ସହରରେ ମିସାଇଲ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ 26ଜଣ ପାଲେଷ୍ଟାଇନଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ଜଣାପଡିଛି ।
ଏହି ସ୍ଥାନ ଖାଲି କରିବାକୁ ଖାନ ୟୁନିସ ଲୋକଙ୍କ ଆଗୁଆ ଚେତାବନୀ ଦେଇଥିଲା ଇସ୍ରାଏଲ ସେନା । ଏହାପରେ ହମାସର ଠିକଣା ଉପରେ ଆକ୍ରମଣ କରିଥିଲା ସେନା ।
ଇସ୍ରାଏଲର ସ୍ଥଳ ସେନାମୋର୍ଚ୍ଚା ସମ୍ଭାଳିବା ପରେ ହମାସର ଠିକଣାକୁ ନିଶାନା କରୁଛି ।

Show More

Related Articles

Back to top button