ଓଡ଼ିଶାଦୁର୍ଘଟଣା

ଗାଧୋଇବା ସମୟରେ ପୋଖରୀରେ ବୁଡିଯାଇ ବୃଦ୍ଧଙ୍କ ମୃତ୍ୟୁ

ଗାଧୋଇବା ସମୟରେ ପୋଖରୀରେ ବୁଡିଯାଇ ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁରେ । ମୃତ ବୃଦ୍ଧ ଜଣକ ହେଲେ ସେହି ଗାଁର ଭ୍ରମର ପ୍ରଧାନ । ମୃତଦେହକୁ ଉଦ୍ଧାର କରି ପୁଲିସ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ବୁଧବାର ଖରାବେଳେ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁର ଭ୍ରମର ବିଲ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ।ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘରଲୋକ ଏଣେତେଣେ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ପରେ ଗାଁ ନିକଟସ୍ଥ ପୋଖରୀ ବାହାରେ ଭ୍ରମରଙ୍କର ପିନ୍ଧା ଗଞ୍ଜି ପଡିଥିବାର ଦେଖିଥିଲେ ନମିଚିରା ଗ୍ରାମବାସୀ। ପରେ ଢେଙ୍କାନାଳ ଅଗ୍ନିଶମ କର୍ମଚାରୀଙ୍କ ମାଧ୍ୟମରେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ ଗ୍ରାମବାସୀ। ଆଜି ଭ୍ରମରଙ୍କର ମୃତଦେହ ସେହି ପୋଖରୀରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ନେଇ ସନ୍ଦେହ କରାଯାଉଛି। ଏନେଇ ପୁଲିସ ତଦନ୍ତ ଜାରି ରହିଛି।

Show More

Related Articles

Back to top button