ଓଡ଼ିଶାଦେଶବ୍ୟକ୍ତିତ୍ୱ

୨୦୨୨ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ଗ୍ରହଣ କଲେ ଡାକ୍ତର ନିରଂଜନ ମହାନ୍ତି

୨୦୨୨ ପାଇଁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ଗ୍ରହଣ କଲେ ହୋମିଓପାଥିକ ଉପରେ ଆନ୍ତର୍ଜାତୀୟ ଅଧ୍ୟୟନ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ନିରଂଜନ ମହାନ୍ତି । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା କ୍ଷେତ୍ରରେ ତାଙ୍କର ସଫଳତା ପାଇଁ  ଭିଡି ଗୁଡ ପ୍ରଫେସନାଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଅନୁସନ୍ଧାନ ପୁରସ୍କାର ମିଳିଛି ।

ଏଭଳି ପୁରସ୍କାର ପାଇବାରେ ସେ, ଭାରତର ପ୍ରଥମ ହୋମିଓପାଥିକ ଡାକ୍ତର । ପ୍ରଫେସର ମହାନ୍ତି ହେଉଛନ୍ତି ଡକ୍ଟର ଅଭିନ୍ନ ଚନ୍ଦ୍ର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଓ ସୁପରିଟେଣ୍ଡଣ୍ଟ ଏବଂ ବର୍ତ୍ତମାନ ଭିଡି ଗୁଡ୍‌ ପ୍ରଫେସନାଲର ଜଣେ ସକ୍ରିୟ ସଦସ୍ୟ ।

ନିକଟରେ ଓଡିଆ ଡାକ୍ତର ପ୍ରଫେସର ନିରଞ୍ଜନ ମହାନ୍ତି ୭୫ ତମ ବିଶ୍ୱ ହୋମିଓପାଥି କଂଗ୍ରେସରେ ଯୋଗ ଦେଇଥିଲେ। ଏହା ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ହୋଇଥିଲା। ଏହା ସହ ବିଶ୍ୱ ହୋମିଓପାଥି ସଂଘର ଆନ୍ତର୍ଜାତୀୟ ପରିଷଦର ଏକ ବୈଠକରେ ସେପ୍ଟେମ୍ବର ୫ ତାରିଖରେ ମଧ୍ୟ ଯୋଗ ଦେଇେଥିଲେ।

Show More

Related Articles

Back to top button