ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ଟିମ । ତେବେ ବାଘଟିର ମୃତଦେହରୁ ନଖ ଗାଏବ ହୋଇଯାଇଥିବାରୁ ଏବେ ତାହାକୁ ଖୋଜୁଛି ବନ ବିଭାଗ ଟିମ୍‌। ଗତ ୧୩ ତାରିଖରେ ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରା ପତରିଆ ବାଘର ଗଳିତ ମୃତଦେହକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ବାଘଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ କୋଟସମଲାଇ ଗାଁର ୨ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରି ସେମାନଙ୍କୁ ଗତକାଲି ଅଟକ ରଖିଥିଲା ବନବିଭାଗ ଟିମ । ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରାଯାଇଥିବା ସୂଚନାମିଳିଛି । ବନ ବିଭାଗର ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ ଅଭିଯୁକ୍ତ। ମାତ୍ର ସେଥିରେ ବାଘଟି ପଡ଼ି ବାଘଟିର ମୃତ୍ୟୁ ହେବାରୁ ତା’ ନାଖ କାଟିନେଇଗଲେ ଉଭୟ ଅଭିଯୁକ୍ତ।  ସେମାନେ ଉକ୍ତ ନଖ କେଉଁଠି, କାହାକୁ ଓ କେତେ ଟଙ୍କାରେ ବିକ୍ରି କରିଛନ୍ତି, ଏହା ପଛରେ ରାକେଟ ସକ୍ରିୟ ଅଛି କି ବୋଲି ସନ୍ଦେହ କରି ଘଟଣାର ତଦନ୍ତ କରୁଛି ବନ ବିଭାଗ ଟିମ । ତେଣୁ ଗିରଫ ୨ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖାଯାଇଥିବା ବନ ବିଭାଗ ଅଧିକାରୀ ସୂଚନାଦେଇଛନ୍ତି।

Show More

Related Articles

Back to top button