ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବରଶିକ୍ଷା

ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା, ୮ ପରୀକ୍ଷାର୍ଥୀ ଗୁରୁତର

ବଲାଙ୍ଗିର : ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ପିଲାମାନେ ଅଟୋରେ ସ୍କୁଲ ଯାଉଥିଲେ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ଫଳରେ ୮ ଜଣ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ସଲତରପାଲି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଆଜି ସକାଳେ ୧୪ ଜଣ ଛାତ୍ରୀ ମ୍ୟାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଦେବା ପାଇଁ ଗୋଟିଏ ଅଟୋରେ ସାଉନ୍ତପୁର ସୁରଜମଲ ହାଇସ୍କୁଲକୁ ଯାଉଥିଲେ। ସଲତରପାଲି ଛକ ଠାରେ ହଠାତ୍ ଅଟୋ ସାମ୍ନାକୁ ଏକ ହନୁମାଙ୍କଡ଼ ଚାଲି ଆସିଥିଲା। ଫଳରେ ଡ୍ରାଇଭର ଜୋରରେ ବ୍ରେକ୍‌ ଦେଇଥିଲେ ଓ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଅଟୋଟି ଓଲଟି ପଡ଼ିବାରୁ ୮ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ପିଲାମାନେ ଆହତ ହୋଇଥିବାରୁ ଆଜି ସେମାନେ ପରୀକ୍ଷା ଦେଇ ପାରିନଥିଲେ। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅଟୋଟିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ସବାର ହୋଇଥିଲେ।

Show More

Related Articles

Back to top button