Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 22ରେ ଅମିତ ଶାହଙ୍କ ଛତିଶଗଡ ଗସ୍ତ

ରାୟପୁର, 19 ଫେବୃୟାରୀ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେବୃୟାରୀ 22ରେ ଛତିଶଗଡ ଗସ୍ତ କରିବେ । ସେ ବସ୍ତର ଲୋକସଭା କ୍ଷେତ୍ର ଅନ୍ତର୍ଗତ କୋଣ୍ଡାଗାଓଁରେ ଦଳ ପକ୍ଷରୁ ଗଠିତ କଲଷ୍ଟର କ୍ଷେତ୍ରରେ ସାମିଲ ତିନି ଲୋକସଭା କ୍ଷେତ୍ରର ବରିଷ୍ଠ ପଦାଧିକାରୀ, ପ୍ରଭାରୀ ଓ ସହପ୍ରଭାରୀଙ୍କ ସହ ବୈଠକ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।
ବିଜେପି ଲୋକସଭା ନିର୍ବାଚନର ପ୍ରସ୍ତୁତି ପାଇଁ ରାଜ୍ୟର 11 ଲୋକସଭା ସିଟକୁ 4ଟି କଲଷ୍ଟରରେ ବିଭାଜିତ କରିଛି । ବସ୍ତର, ମହାସମୁନ୍ଦ, କାଙ୍କେର ଗୋଟିଏ କଲଷ୍ଟରରେ ସାମିଲ ରହିଛି । ବିଜେପି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, କୋଣ୍ଡାଗାଓଁର ବୈଠକରେ ଅମିତ ଶାହ ଏହି ତିନି ଲୋକସଭା କ୍ଷେତ୍ରରେ ପାର୍ଟିର ପଦାଧିକାରୀଙ୍କ ସହ ଚର୍ଚ୍ଚା କରି ଲୋକସଭା ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବେ ।

Show More

Related Articles

Back to top button