Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର ଅବଦିକ୍ୱା ସହର ଉପରେ କବ୍‌ଜା କଲା ଋଷ

ମସ୍କୋ, 19 ଫେବୃୟାରୀ- ୟୁକ୍ରେନର ଅବଦିବ୍କା ସହରକୁ ସମ୍ପୂର୍ଣ୍ଣ କବ୍‌ଜା କରିଛି । ଋଷର ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ 24ଘଣ୍ଟାରେ ଏହି ଅଂଚଳର ଏହି କ୍ଷେତ୍ରରେ ୟୁକ୍ରେନ ପ୍ରାୟ 15ଶହରୁ ଅଧିକ ସୈନିକ ହରାଇଛି । ଋଷ ପ୍ରାୟ 32ବର୍ଗ କିଲୋମିଟର ଅଂଚଳକୁ ନିଜ କବ୍‌ଜାକୁ ନେଇଛି ।
ଆମେରିକାର ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଏହି ସଂଘର୍ଷରେ ୟୁକ୍ରେନର ସେନାକୁ ଅବଦିକ୍ୱା ସହରରୁ ପଛକୁ ହଟିବାକୁ ବାଧ୍ୟ ହୋଇଛି । ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଅବଦିକ୍ୱା ସହରକୁ କବ୍‌ଜା କରିଥିବା ନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଏହି ବିଜୟ ପାଇଁ ନିଜ ସୈନିକଙ୍କୁ ପ୍ରଶଂସା କରିଛନ୍ତି ।

Show More

Related Articles

Back to top button