Breaking PLUSଦେଶମୁଖ୍ୟ ଖବର

କଡା ସୁରକ୍ଷା ଭିତରେ ବାରଣାସୀରେ ଜ୍ଞାନବାପି ପରିସରରେ ସିଲ୍ ବଜୁଖାନାର ହେଲା ସଫେଇ

ବାରଣାସୀ, 20 ଜାନୁୟାରୀ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶନିବାର କଡା ସୁରକ୍ଷା ଭିତରେ ଜ୍ଞାନବାପି ପରିସରରେ ସିଲ୍ ବଜୁଖାନାର ସଫେଇ କରାଯାଇଛି । ଜିଲ୍ଲାପାଳ ଏସ.ରାଜଲିଙ୍ଗମଙ୍କ ତଦାରଖରେ ବଜୁଖାନାରେ ସଫେଇ କରାଯାଇଛି । ବଜୁଖାନାର ପାଣି ତିନୋଟି ଜେଟ୍ ପମ୍ପରେ ବାହାରକୁ କଢାଯିବା ପରେ ଜୀବନ୍ତ ମାଛକୁ ପ୍ରତିବାଦୀ ପକ୍ଷ ଅଞ୍ଜୁମନ ଇନ୍ତେଜାମିୟା ମସଜିଦର ପଦାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ଅଧିକାରୀଙ୍କ ମୁତାବକ ବାରଣାସୀ ନଗର ନିଗମର ସଫେଇ କର୍ମୀ ଟିମ ବଜୁଖାନାର ସଫେଇ କରିଥିଲେ । ସଫେଇ କାମ ସକାଳ 9ଟାରୁ ଆରମ୍ଭ ହୋଇଛି 11.45 ଯାଏ ଚାଲିଥିଲା । ଏହି ସମୟରେ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରର ଗେଟ୍-4 ଓ ପରିସର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଥିଲା । ସଫେଇ ସମୟରେ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ ।

Show More

Related Articles

Back to top button