Breaking PLUSଦେଶମୁଖ୍ୟ ଖବର

ବାରଣାସୀରେ ପିଏମ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସରୁ ଠିଆ ହେବେ ଅଜୟ ରାୟ

ବାରଣାସୀ- ଲୋକସଭା ନିର୍ବାଚନ 2024ରେ କଂଗ୍ରେସ ନେତୃତ୍ୱ ବାରଣାସୀ ସଂସଦୀୟ ସିଟରେ ଉତ୍ତରପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କ ନାମ ଘୋଷଣା କରିଛି । ରାଜ୍ୟର ପୂର୍ବତନ ମନ୍ତ୍ରୀ ଅଜୟ ରାୟ ଲଗାତର ତୃତୀୟ ଥର ପିଏମ ମୋଦିଙ୍କ ବିଜୟ ରଥ ରୋକିବା ପାଇଁ ଦମଖମ ଦେଖାଇବେ । ଗତ ଦୁଇଥର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷ ରାଜନୈତିକ ଲଢେଇରେ ତୃତୀୟ ସ୍ଥାନରେ ଥିଲେ ଅଜୟ ।
ଖାସ କଥା ହେଉଛି ଉଭୟ ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତାରେ ଅଜୟ ରାୟଙ୍କୁ କେବେ ଦେଖାଯାଇ ନଥିଲା। ପ୍ରଥମ ଥର ପାଇଁ 2014 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ବିଜେପି ପ୍ରାର୍ଥୀ) ଙ୍କ ବିରୋଧରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଅରବିନ୍ଦ କେଜ୍ରିୱାଲ ଦ୍ୱିତୀୟ ଏବଂ ଅଜୟ ରାୟ ତୃତୀୟ ସ୍ଥାନରେ ଥିଲେ । 2019 ଲୋକସଭା ନିର୍ବାଚନରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦଳ ପ୍ରାର୍ଥୀ କରିଥିଲା । ନିର୍ବାଚନରେ ସପା ବସପା ମେଂଟର ଶାଲୀନି ଯାଦବ ଦ୍ୱିତୀୟ ଓ ଅଜୟ ରାୟ ତୃତୀୟ ସ୍ଥାନରେ ଥିଲେ ।

Show More

Related Articles

Back to top button