Breaking PLUSଦେଶମୁଖ୍ୟ ଖବର

ବାବା ମହାକାଳଙ୍କ ପରିସରରେ ହୋଲିର ଶୁଭାରମ୍ଭ, ଭସ୍ମ ଆରତୀରେ ଖେଳାଗଲା ଫୁଲର ହୋଲି

ଉଜ୍ଜୟିନୀ- ମଧ୍ୟପ୍ରଦେଶର ଧର୍ମନଗରୀ ଉଜ୍ଜୟିନୀ ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ ପରିସରରୁ ଦେଶରେ ହୋଲିପର୍ବର ଶୁଭାରମ୍ଭ ହୋଇଛି । ରବିବାର ଭୋର 4ଟାରେ ଭସ୍ମଆରତୀରେ ଭଗବାନ ମହାକାଳଙ୍କ ସହ ଫୁଲର ହୋଲି ଖେଳାଯାଇଥିଲା । ରବିବାର ସନ୍ଧ୍ୟାରେ ସନ୍ଧ୍ୟାକାଳୀନ ଆରତୀ ପରେ ମନ୍ତଦିର ପ୍ରାଙ୍ଗଣରେ ହୋଲିକା ଦହନ ହେବ ।
ପରମ୍ପରା ଅନୁସାରେ ମହାକାଳେଶ୍ୱର ମନ୍ଦିରରେ ଫାଲଗୁନ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ଅବସରରେ ରବିବାର ଭୋରରେ ଭସ୍ମ ଆରତୀ କରାଯାଇଥିଲା । 4ଟା ବେଳେ ମନ୍ଦିରର ପଟ ଖୋଲିବା ପରେ ଗର୍ଭଗୃହରେ ସ୍ଥାପିତ ସମସ୍ତ ଭଗବାନଙ୍କ ପ୍ରତିମାର ପୂଜା କରାଯାଇଥିଲା । ଏହାପରେ ଭଗବାନ ମହାକାଳଙ୍କ ଜଳାଭିଷେକ ଦୁଧ, ଦହି, ଘିଅ, ଚିନି, ଫଳ ରସରେ ତିଆରି ପଂଚାମୃତରେ କରାଯାଇଥିଲା ।

Show More

Related Articles

Back to top button