Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କ ଗିରଫଦାରି ବିରୁଦ୍ଧରେ ରାମଲୀଳା ମୈଦାନରେ ରାଲି କରିବ ଆଇଏନଡିଆଇଏ

ନୂଆଦିଲ୍ଲୀ- ବିରୋଧୀ ଦଳର ମେଂଟ ଆଇଏନଡିଆଇଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରି ବିରୁଦ୍ଧରେ ରବିବାର ରାମଲୀଳା ମୈଦାନରେ ମହାରାଲି ଆୟୋଜନ କରିବ ।
ଆମ୍ ଆଦମୀ ପାର୍ଟି ଓ ଦିଲ୍ଲୀ କଂଗ୍ରେସର ପ୍ରଦେଶ କମିଟି ମେଂଟର ଅନ୍ୟ ଦଳମାନେ ରବିବାର ଦିଲ୍ଲୀରେ ପ୍ରେସମିଟରେ ଏହି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତା ଏବଂ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ନେତାଙ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛନ୍ତି । ମିଛ ମାମଲା କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି । ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ରାଜଦ ନେତା ତେଜସ୍ୱୀ ଯାଦବଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ହଇରାଣ କରୁଛନ୍ତି ।

Show More

Related Articles

Back to top button