Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାଧୀନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ସ୍ୱାଧୀନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ବ୍ୟକ୍ତିତ୍ୱ ତଥା ସାମ୍ବାଦିକ ସ୍ୱର୍ଗତ ନୃସିଂହ ଗୁରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ସମ୍ବଲପୁରରେ ନିଶା ନିବାରଣ ଓ ଅସ୍ପୃଶ୍ୟତା ବିରୋଧରେ ଜନଜାଗରଣ ସୃଷ୍ଟି କରିବାରେ ତାଙ୍କର ବିଶେଷ ଅବଦାନ ଥିଲା । ଅଂହିସାର ପୂଜାରୀ ଗାନ୍ଧିଜୀଙ୍କୁ ଅନୁସରଣ କରି ସେ ସମାଜକୁ ଦେଇଥିବା ଦିଗଦର୍ଶନ ଚିର ସ୍ମରଣୀୟ ହୋଇରହିବ ।

Show More

Related Articles

Back to top button