ବାଣିଜ୍ୟ

ପୁଣି ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଦିଲ୍ଲୀର ସୁନା-ରୂପା ହୋଲସେଲିଂ ବଜାରରେ ମଙ୍ଗଳବାର ଦିନ ସୁନା ୮୯ ଟଙ୍କା ହ୍ରାସ ହୋଇ ୪୬,୧୬୭ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି

ଏଚଡିଏଫସି ସିକ୍ୟୁରିଟି ଅନୁଯାୟୀ ଏହା ପୂର୍ବ କାରବାରରେ ସୁନା ୪୬,୨୫୬ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା ।ରୂପା ମଧ୍ୟ ୨୨୨ ଟଙ୍କା ହ୍ରାସ ପାଇଁ ୬୭,୯୨୬ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ପୂର୍ବ କାରବାରରେ ଏହା ୬୮,୯୨୬ଟଙ୍କାରେ ବନ୍ଦ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇ ପ୍ରତି ଅନ୍ସରେ ୧,୭୭୪ ଡଲାର ଖସି ଆସିଥିବାବେଳେ ରୂପା ପ୍ରତି ଅନ୍ସରେ ୨୬.୦୨ ଡଲାର ଅପରିବର୍ତ୍ତିତ ରହିଛି ।

HDFC ସିକ୍ୟୁରିଟିର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି, ଡଲାରର ମୂଲ୍ୟ ମଜବୁତ ହେତୁ ସୁନା ହ୍ରାସ ପାଉଛି ।ସେହିଭଳି ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ ଦ୍ବାରା ଜାରି ତାଜା ରେଟ୍ ସ ଅନୁଯାୟୀ ବର୍ତ୍ତମାନ ୨୩ କ୍ୟାରେଟ୍ ସୁନା ମୂଲ୍ୟ ୪୬୮୨୦ ଟଙ୍କାକୁ ଖସି ଆସିଛି । ଏଥିସହିତ ୨୨ କ୍ୟାରେଟ୍ ସୁନା ୧୦ଗ୍ରାମକୁ ୪୩୦୫୯ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ସୁନା ଅଳଙ୍କାରରେ ସବୁଠାରୁ ଅଧିକ ଉପଯୋଗୀ ୧୮ କ୍ୟାରେଟ୍ ସୁନା ମୂଲ୍ୟ ବର୍ତ୍ତମାନ ୩୫୨୨୬ ଟଙ୍କାକୁ ଖସି ଆସିଛି । ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡିଆ ବୁଲିୟନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଏବଂ ଆପଣଙ୍କ ସହରର ମୂଲ୍ୟରେ ଏହି ହାରରେ ୫୦୦ରୁ ୧୦୦୦ଟଙ୍କା ମଧ୍ୟରେ ପାର୍ଥକ୍ୟ ଥାଇପାରେ ।

Show More

Related Articles

Back to top button