ବାଣିଜ୍ୟ

ମହଙ୍ଗା ହେଲା ଅମୁଲ କ୍ଷୀର: ଲିଟର ପିଛା ବଢ଼ିଲା ୨ ଟଙ୍କା

ପେଟ୍ରୋଲ-ଡିଜେଲ, ଖାଇବା ତେଲ, ଡାଲି ଆଦିର ଦର ଦାମ ବୃଦ୍ଧି ହେତୁ ସାଧାରଣ ଜନତା ଚିନ୍ତିତ

ବର୍ତ୍ତମାନ କ୍ଷୀର କମ୍ପାନୀ ତରଫରୁ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି। ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିଦେଇଛି। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦାମ ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୧ ତାରିଖରୁ ଲାଗୁ ହେବ।ସୂଚନା ଅନୁଯାୟୀ, ନୂଆ ଦର ଦିଲ୍ଲୀ, ଗୁଜରାଟ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଲାଗୁ ହେବ। କମ୍ପାନୀ ନିଜର ସବୁ ବ୍ରାଣ୍ଡରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି।

ନୂଆ ଦାମ ଅନୁଯାୟୀ ବର୍ତ୍ତମାନ ଅମୁଲ କ୍ଷୀର ୫୮ ଟଙ୍କାରେ ମିଳିବ।ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିବା ପରେ ଅନ୍ୟ କ୍ଷୀର ବ୍ୟବସାୟୀ ମଧ୍ୟ କ୍ଷୀର ଦାମ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କ୍ଷୀର ଉତ୍ପାଦକ ସଂଘ ଦ୍ୱାରା ଡାଏରୀ ସଞ୍ଚାଳକଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି।

Show More

Related Articles

Back to top button