ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଟ୍ୱିଟର ପରେ ମେଟାରେ ଛଟେଇ ଆରମ୍ଭ, ବିଦାହେବେ ୧୦୦୦ରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ: ଟ୍ୱିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ମଧ୍ୟ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ୱିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନାମିଳିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ଚାକିରିରୁ ବାହାର କରିବାକୁ ଯାଉଛି।

ମେଟା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ଛଟେଇ ହେବ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ବର୍ତ୍ତମାନ ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକାଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ମେଟାରେ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଏ ଯାଏ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ସୂଚନା ଅନୁଯାୟୀ, ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି। ସୂଚନା ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟ ଦେଇ ଗତିକରୁଛି।

Show More

Related Articles

Back to top button