ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୟୁକ୍ରେନର ଜୋରଦାର ପାଲଟା ଆକ୍ରମଣରେ ଋଷ୍ ସେନା ଧରାଶାୟୀ

ଋଷ- ୟୁକ୍ରେନ ଯୁଦ୍ଧକୁ ୯ମାସରୁ ଅଧିକ ପୂରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଥମିବାର ନାଁ ଧରୁନି । ବରଂ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । କେତେବେଳେ ଋଷ ପରମାଣୁ ଧମକ ଦେଉଛି ତ ପୁଣି କେତେବେଳେ ୟୁକ୍ରେନ ଋଷ ଉପରେ ପ୍ରତିଆକ୍ରମଣ କରୁଛି । ଏହାରି ମଧ୍ୟରେମିସାଇଲ ମାଡ଼ ସାଙ୍ଗକୁ ଗୁଳି-ଗୋଳା ବର୍ଷାରେ ଧ୍ବସ୍ତ-ବିଧ୍ବସ୍ତ ଅଧିକାଂଶ ଅଞ୍ଚଳ ।

ଋଷ୍ ଉପରେ ହାଲ୍ଲାବୋଲ୍ ଡାକିଦେଇଛନ୍ତି ୟୁକ୍ରେନ୍ ସୈନ୍ୟ । ଜୋରଦାର ପାଲଟା ଆକ୍ରମଣରେ ଋଷ୍ ସେନା ଧରାଶାୟୀ ହୋଇଛି । ୟୁକ୍ରେନର ପୂର୍ବ ଅଞ୍ଚଳରେ ଋଷ୍ ସେନା ଡେରା ପକାଇଥିବା ସ୍ଥାନରେ ହମଲା ହୋଇଛି । ଫଳରେ ସୈନ୍ୟ ଆଡ୍ଡା କ୍ଷତିଗ୍ରସ୍ତ ହୋଇଛି ।

ୟୁକ୍ରେନ୍‌ର ପାଲଟା ଆକ୍ରମଣରେ ଋଷ୍ ରାଷ୍ଟ୍ରପତିଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି । ଋଷ୍ କବ୍‌ଜା କରିଥିବା ଡୋନେଟସ୍କ ଔବ୍ଲାଷ୍ଟର କ୍ରାସ୍ତ୍ରୋହୋରିଓ୍ବକା, ବଖମୁଟ୍, ଔପିଟନେ, ମୌରିଙ୍କା ପାଓ୍ବଲିଓ୍ବାକା, ବୋଡେନ୍ ଓ ମେୟର୍ସ୍କ ଆଦି ସ୍ଥାନରେ ବମ୍ ବର୍ଷା କରିଛନ୍ତି ସୈନ୍ୟ ।

ଇନଷ୍ଟିଚ୍ୟୁଟ୍ ଅଫ ଦି ଷ୍ଟଡି ଅଫ୍ ଓ୍ବାରର କହିବା ଅନୁଯାୟୀ, ୟୁକ୍ରେନରେ ଋଷ୍ ସୈନ୍ୟଙ୍କ ବିଫଳତା ଜଳଜଳ ହୋଇ ଦିଶୁଛି । ଯୁଦ୍ଧାରେ ହଜାର ହଜାର ସଂଖ୍ୟାରେ ଋଷୀୟ ସୈନ୍ୟ ପ୍ରାଣହରାଇଲେଣି । ଯାହାକୁ ନେଇ ଯବାନଙ୍କ ପରିବାରରେ ଋଷ୍ ମୁଖ୍ୟଙ୍କ ପ୍ରତି ଆକ୍ରୋଶର ନିଆଁ ଜଳୁଛି ।

 

Show More

Related Articles

Back to top button