ଓଡ଼ିଶାପାଣିପାଗ

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ,୪୮ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହା ସମୁଦ୍ର ପତନରୁ ୪.୫ କିଲୋମିଟର ଯାଏ ବ୍ୟାପିଛି । ସେହିପରି ୪୮ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି ।

ପ୍ରସନ୍ତା ୯ରୁ ୧୧ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଗତି କରି ତାମିଲନାଡୁ-ପୁଡୁଚେରୀ ଉପକୂଳ ମୁହାଁଇବ ।ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାର ସମ୍ଭାବନା ରହିଛି ।କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୧୦ରୁ ୧୨ ତାରିଖ ଯାଏ ତାମିଲନାଡୁ, ପୁଡୁଚେରୀ ଓ କଡ଼ାଇକାଲରେ ବର୍ଷା ହେବ । ରାୟଲସୀମା ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ୧୧ ଓ ୧୨ ତାରିଖରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଯାଏ ପବନ ବହିବ । ଏହା ଘଣ୍ଟା ପ୍ରତି ୬୫ କିମି ଛୁଇଁପାରେ ।

Show More

Related Articles

Back to top button