ଓଡ଼ିଶା

ସ୍କୁଲ ସାରି ଫେରୁଥିବା ବେଳେ ଅଟୋରୁ ଖସିପଡ଼ିଲେ ନବମ ଶ୍ରେଣୀ ଛାତ୍ର

ଚାଲିଗଲା ଜୀବନ

ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବିଦ୍ୟାଳୟରୁ ଘରକୁ ଫେରିବା ବେଳେ ବାଟରେ ଅଟୋରୁ ଖସିପଡ଼ିବାରୁ ତାର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଜଣକ ହେଲେ ବୁଗୁଡ଼ା କେନାଲ ସାହି ନିବାସୀ ରଘୁନାଥ ସେଠୀଙ୍କ ପୁଅ ଯୁବରାଜ ସେଠୀ (୧୪) ।

 

ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଯୁବରାଜ ବିଦ୍ୟାଳୟରୁ ପଢା ସାରି ଏକ ଅଟୋ ଯୋଗେ ଘରକୁ ଫେରୁଥିଲା ବେଳେ ଚଢିଆପଲ୍ଲୀ ଗାଁ ନିକଟସ୍ଥ ବାବୁଲ ବାଙ୍କ ରାସ୍ତାରେ ଖସି ପଡିବା ଫଳରେ ତା ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାକୁ ସେଠାରୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା । ଯୁବରାଜର ମୃତ୍ୟୁରେ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button