Breaking PLUSଓଡ଼ିଶାଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

କଲେଜରୁ ଘରକୁ ଆସି ପରିବାର ଲୋକଙ୍କ ଅଜଣାତରେ ବିଷ ପିଇ ଦେଲେ ଆଇଟିଆଇ ଛାତ୍ର

ଭଦ୍ରକ : ଛାତ୍ର ଜଣକ ସବୁ ଦିନ ପରି କାଲି ମଧ୍ୟ ଘରକୁ ଫେରି ଖିଆପିଆ କରିଥିଲେ। ହେଲେ କିଛି ସମୟ ପରେ ପରିବାର ଲୋକଙ୍କ ଅଜଣାତରେ ଛାତ୍ରଜଣକ ବିଷ ପିଇଦେଇଥିଲେ। ପରିବାର ଲୋକେ ଦେଖିବା ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଛାତ୍ରଜଣକ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ । ଗୁରୁତର ଛାତ୍ରଜଣକ ହେଲେ ଆଶୁତୋଷ ମଲ୍ଲିକ । ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇ ବିଷ ପିଇଲେ, ତାହା ପଛର କ’ଣ କାରଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନି। ତେବେ ସେ ରାଗିଂ ଯୋଗୁ ବିଷ ପିଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଶୁତୋଷ ଭଦ୍ରକରେ ଆଇଟିଆଇ ପଢ଼ୁଥିବା ବେଳେ ସବୁଦିନ ଘରୁ କଲେଜ ଯିବା ଆସିବା କରନ୍ତି। ଗତକାଲି ମଧ୍ୟ ସେ କଲେଜ ଯାଇ ଅପରାହ୍ନରେ ଘରକୁ ଫେରିଥିଲେ। ଘରେ ଥିବା ବେଳେ ସେ ହଠାତ୍‌ ବିଷ ପିଇ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରାଗିଂରେ ଅତିଷ୍ଠ ହୋଇ ଆଶୁତୋଷ ବିଷ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ତେଣୁ ଏହା ରାଗିଂଜନିତ ମାମଲା ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।

Show More

Related Articles

Back to top button