ବଲିଉଡମନୋରଞ୍ଜନ

ଆଦିତ୍ୟ, ଆରିୟନ ଓ କ୍ୟାଟ୍ରିନାଙ୍କ ପରେ ଏବେ ଶାହାରୁଖ ଖାନ ବି କୋଭିଡ୍ ପଜିଟିଭ୍

ବଲିଉଡ୍‌କୁ ଘାରିଲା କରୋନା। ଜଣଙ୍କ ପରେ ଜଣେ ଷ୍ଟାର୍‌ କୋଭିଡ୍ ପଜିଟିଭ୍।

ଗତକାଲି କାର୍ତ୍ତିକ ଆରିୟନ ଓ ଆଦିତ୍ୟ ରୟ କପୁର କୋଭିଡ୍ ପଜିଟିଭ ହୋଇଥିବା ବେଳେ ଆଜି ବଲିଉଡ କିଂଖାନ ଶାହରୁଖ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସେହିପିର କ୍ୟାଟ୍ରିନା କୈଫ୍ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ଶାହରୁଖ ଖାନ ବର୍ତ୍ତମାନ ତାଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମ ‘ଜବାନ’ର ପୋଷ୍ଟର ରିଲିଜ୍ କରିଥିଲେ। ରବିବାର ସେ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ତେବେ ଶାହାରୁଖ ଖାନ୍‌ଙ୍କ ପକ୍ଷରୁ କିନ୍ତୁ କୋଭିଡ୍ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। CNN news 18 ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ପାଇଛି।

କରୋନା ବ୍ୟାପୁଥିବାରୁ ମହାରାଷ୍ଟ୍ରରେ ମାସ୍କ ବାଧ୍ୟତାମୁଳକ କରାଯାଇଥିବା ବେଳେ ବିଏମ୍‌ସି ମଧ୍ୟ ଲୋକଙ୍କୁ ସଚେତନ କରିଛି। ପଶର ୱେଷ୍ଟ ବୋର୍ଡରେ ଥିବା ଫିଲ୍ମ ଷ୍ଟୁଡିଓରେ ପାର୍ଟି ନ କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ଆଜି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ବି କୋଭିଡ୍ ପଜିଟିଭ୍ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି।

Show More

Related Articles

Back to top button