Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଦିତ୍ୟ ଠାକ୍‌ରେ: କାଶ୍ମୀର ପଣ୍ଡିତଙ୍କୁ ଆମର ସମର୍ଥନ ରହିଛି

ସେମାନଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା

ଜାମ୍ମୁ-କାଶ୍ମୀରରେ ପୁଣି ଫେରିଛି ୯୦ ଦଶକର ସମସ୍ୟା। ପୁଣି ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁମାନଙ୍କୁ ହତ୍ୟା କରୁଛନ୍ତି। ଆଉ ହିନ୍ଦୁମାନେ ଭୟରେ ଉପତ୍ୟାକା ଛାଡ଼ି ଅନ୍ୟତ୍ର ପଳାଉଛନ୍ତି। ନିଜ ଦେଶରେ ନାଗରିକର ଏମିତି ଅସହାହ୍ୟ ଅବସ୍ଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମସ୍ୟାକୁ ନେଇ କେନ୍ଦ୍ର ସରକାର ବୈଠକ ପରେ ବୈଠକ କରୁଥିବା ବେଳେ ସରକାରଙ୍କ କୌଣସି ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ତେବେ କାଶ୍ମୀରହନ୍ଦୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ। କାଶ୍ମୀର ପଣ୍ଡିତଙ୍କ ପାଇଁ ମହାରାଷ୍ଟ୍ର ଦ୍ୱାରା ସବୁବେଳେ ଖୋଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ” ଆମେ ସେମାନଙ୍କୁ ସମର୍ଥନ ଦେବୁ। ସେଠାରେ ବର୍ତ୍ତମାନ ଅସ୍ଥିର ସ୍ଥିତି ଲାଗି ରହିଛି।ତେଣୁ ସେମାନଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ” କାଶ୍ମୀର ପରିସ୍ଥିତି ଚିନ୍ତାଜନକ ରହିଛି।

ତେବେ ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନ ସମୟରେ ବି ଏଭଳି ଘଟଣା ପୁଣି ଘଟୁଛି। ତେଣୁ ସେମାନଙ୍କର ସୁରକ୍ଷା ପାଇଁ ଭାରତ ସରକାର କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ଆମେ ଆଶା କରୁଛି।” ଅନ୍ୟପଟେ କାଶ୍ମୀର ପଣ୍ଡିତଙ୍କ ସ୍ଥିତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାରଙ୍କ ପାଖରେ କୌଣସି ପ୍ଲାନ୍ ନାହିଁ, ଖାଲି ବୈଠକ କରୁଛନ୍ତି। ୧୯୯୦ ମସିହାର ଅତ୍ୟାଚାର ପୁଣିଥରେ ଫେରୁଛି। ହେଲେ ସରକାର ବୈଠକ କରିବାରେ ବ୍ୟସ୍ତ। ଆଉ କେତେ ବୈଠକ କରିବ। ବହୁତ ହେଇଗଲା ବୈଠକ। ଏବେ କିଛି ଆକ୍ସନ ନିଅ ନହେଲେ ଲୋକମାନେ ମରୁଛନ୍ତି ବୋଲି କେଜରିୱାଲ କହିଛନ୍ତି।

Show More

Related Articles

Back to top button