ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଦୀର୍ଘ ୨ବର୍ଷ ପରେ ରଣପୁର ରେ ପାଳନ ହେଲା ଚନ୍ଦନ ଯାତ୍ରା

ପ୍ରବଳ ଝଡ ତୋଫାନ ସତ୍ତ୍ୱେ ବି ଚନ୍ଦନ ଯାତ୍ରା ଅନୁଷ୍ଠିତ

୨ ବର୍ଷହେଲା କରୋନା କଟକଣା ଯୋଗୁଁ ଚନ୍ଦନ ଯାତ୍ରା କେବଳ ମନ୍ଦିର ଭିତରେ ନୀତିକାନ୍ତିରେ ଅନୁଷ୍ଠିତ ହୋଇଆସୁଥିଲା। କିନ୍ତୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ବିଳମ୍ବିତ ସଂନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସତ୍ତ୍ୱେ ବି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ରାମକୃଷ୍ଣ, ରାଜନବର ର ଠାକୁର, ପଞ୍ଚୁ ମହାଦେବ ଭାବରେ ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ଶ୍ରୀମନ୍ଦିରରେ ଥିବା ବାବା ହରିହରେଶ୍ୱର, ଦଣ୍ଡା ବାଲୁଙ୍କେଶ୍ୱର ଓ ପୁରୁଣା ବସନ୍ତ ଠାରେ ଥିବା ବାଲୁଙ୍କେଶ୍ୱର ଶ୍ରୀ ମନ୍ଦିର ସିଂହ ଦ୍ୱାର ରେ ସମବେତ ହୋଇଥିଲେ।

ଛତିଶା ନିଯୋଗ ସହ ଦୋଳ ବିମାନରେ ସମସ୍ତ ପଣ୍ଡା, ପଢିଆରୀ, ପତ୍ରୀ, ମାଳୀ, ସେବାୟତ ମାନେ ବଡଦାଣ୍ଡ ପରିକ୍ରମା କରି ଚନ୍ଦନ ପୁଷ୍କରିଣୀକୁ ଆସିଥିଲେ। ନୌକା ଯୋଗେ ଚନ୍ଦନ ମଣ୍ଡପକୁ ଯାଇ ଆଳତି, ପୂଜାର୍ଚ୍ଚନା କରିବା ବେଳକୁ କାଳବୈଶାଖି ତାଣ୍ଡବ ରଚି ଝଡ ତୋଫାନ ମାଡି ଆସିଥିଲା। ଫଳରେ ପଣ୍ଡା, ପଢୀଆରୀ ସେବାୟତ ମାନେ ଶ୍ରୀ ଜୀୟୁ ମାନଙ୍କୁ ନିଜ ନିଜ ମନ୍ଦିରକୁ ଧରି ଫେରି ଆସିଥିଲେ। କାଳବୈଶାଖି ଝଡ ତୋଫାନ ରେ ନୈାକାଟି ଚନ୍ଦନ ପୁଷ୍କରିଣୀ ପାଣି ଭିତରେ ବୁଡି ଯାଇଥିବା ଜଣାପଡିଛି।

Show More

Related Articles

Back to top button