Breaking PLUSଓଡ଼ିଶାମୁଖ୍ୟ ଖବର

ସହିଦ ଓଡିଆ ଯବାନଙ୍କ ପରିଜନଙ୍କ ପାଇଁ ଖୁସି ଖବର

ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ସହିଦ ଓଡିଆ ଯବାନଙ୍କ ପରିଜନଙ୍କ ପାଇଁ ଖୁସି ଖବର। ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ସହିଦ ଓଡ଼ିଆ ଯବାନଙ୍କ ପରିଜନଙ୍କ ନିମନ୍ତେ ସହାୟତା ରାଶି ଦ୍ୱିଗୁଣିତ କରିଛନ୍ତି ରାଜ୍ୟ ସରକାର। ଏହାକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଇଛି। ପୂର୍ବେ ଏହି ସହାୟତା ରାଶି ୫ ଲକ୍ଷ ଟଙ୍କା ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ସୂଚନା ଦେଇଛନ୍ତି।

ସାମରିକ ତଥା ଅର୍ଦ୍ଧ ସାମରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। କାରଗିଲ୍ ଯୁଦ୍ଧ ସମୟରୁ ଏହି ପାଣ୍ଠି ଆରମ୍ଭ ହୋଇଥିଲା। ଆରମ୍ଭରେ ଯବାନଙ୍କ ପରିଜନଙ୍କ ପାଇଁ ସହାୟତା ରାଶି ଭାବେ ୧ ଲକ୍ଷ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ୨୦୧୦ ଓ ୨୦୧୨ରେ ଯଥାକ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ତୃତୀୟ ଥର ରାଜ୍ୟ ସରକାର ଏହି ରାଶିକୁ ବଢାଇଛନ୍ତି।

Show More

Related Articles

Back to top button