Breaking PLUSଦେଶମୁଖ୍ୟ ଖବର

ଦୁଇ ବର୍ଷ ବ୍ୟବଧାନ ପରେ ଭାରତରୁ ବାଙ୍ଗଲାଦେଶକୁ ଗଡିଲା ଟ୍ରେନ

ନୂଆଦିଲ୍ଲୀ : ଦୁଇ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ସେବା ପୁଣି ଆରମ୍ଭ ହୋଇଛି। ବନ୍ଧନ ଏକ୍ସପ୍ରେସ ନାମକ ପ୍ରଥମ ଟ୍ରେନ୍ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ଆଜି ବାଙ୍ଗଲାଦେଶର ଖୁଲନା ଅଭିମୁଖେ ଯାତ୍ରା କରିଛି। ଏହା ବ୍ୟତୀତ ବାଂଲାଦେଶର ରାଜଧାନୀ ଢ଼ାକା ପାଇଁ ଚାଲୁଥିବା ମୌତ୍ରୀ ଏକ୍ସପ୍ରେସ ମଧ୍ୟ ତାର ଯାତ୍ରା ଆରମ୍ଭ କରିଛି। କୋଭିଡ ମହାମାରୀ ହେତୁ ଗତ ଦୁଇ ବର୍ଷ ହେଲା ଏହି ଟ୍ରେନ୍ ସେବା ବନ୍ଦ ରହିଥିଲା। ପୂର୍ବାଞ୍ଚଳ ରେଳବାଇ ମୁଖପାତ୍ର ଏକଲବ୍ୟ ଚକ୍ରବର୍ତ୍ତୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଟ୍ରେନ୍ ସେବା ଗୁଡିକ ପୁଣି ଥରେ ଆରମ୍ଭ ହୋଇଥିବାରୁ ଲୋକମାନେ ବହୁତ ଖୁସି ଅଛନ୍ତି।

Show More

Related Articles

Back to top button