Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ ଉପକୂଳ ଛୁଇଁଛି।

ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟର ଦୁଇ ଦିନ ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି ମୌସୁମୀ। ତେବେ ସପ୍ତାହକ ପରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ମୌସୁମୀ ପ୍ରଭାବରେ ଦକ୍ଷିଣ କେରଳରେ ବର୍ଷା ଆରମ୍ଭ ହୋଇଛି। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ।

Show More

Related Articles

Back to top button